ଝିଅର ମୃତ୍ୟୁ ପରେ ଆମେ ସବୁ କିଛି ହରାଇ ସାରିଛୁ, ନ୍ୟାୟ ପାଇଁ ଶେଷ ନିଶ୍ବାସ ଯାଏ ଲଢ଼ିବି: ପ୍ରତ୍ୟୁଷାଙ୍କ ବାପା

ନୂଆଦିିଲ୍ଳୀ: ଦିବଂଗତ ଟେଲିଭିଜନ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପିତାମାତା ଝିଅର ଅକାଳ ବିୟୋଗ ହେବା ପରେ ଘୋର୍‌ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ନିକଟରେ ସେ ଏକ ଟେଲିଭିଜନ ଗଣମାଧ୍ୟମରେ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି କି ଏପରିକି ସେମାନେ ଏବେ ଏକ ୱାନ୍‌ ବିଏଚ୍‌କେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।

ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ସେମାନେ ସବୁକିଛି ହରାଇଛନ୍ତି। ଜୀବନର ‌‌ଶେଷ ନିଶ୍ବାସ ଯାଏ ସେ ଝିଅକୁ ନ୍ୟାୟ ଦେବାକୁ ଲଢ଼ିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ ପ୍ରକାଶ କରିଛନ୍ତି ଯେ ଝିଅର ଏପରି ଅଚାନକ ମୃତ୍ୟୁ ତାଙ୍କ ଜୀବନରେ ଏକ ବିରାଟ ଝଡ଼ ପରି। ଝିଅ ଯିବା ପରେ ବାକି ଯାହା ବି ବଳିଥିଲା ତାହା ମାମଲା ଲଢ଼ି ଲଢ଼ି ଶେଷ ହୋଇଗଲାଣି।

ପ୍ରତ୍ୟୁଷା ସେମାନଙ୍କର ଏକମାତ୍ର ସମର୍ଥନ ଥିଲେ। ସେ ଯେଉଁଭଳି ଭାବେ ନିଜ ବାପାମାଆଙ୍କୁ ଉପରକୁ ନେଇଥିଲେ ସେହିଭଳି ଭାବେ ତାଙ୍କ ଯିବା ପରେ ଆମେ ତଳକୁ ଖସିଯାଇଛୁ ବୋଲି ଶଙ୍କର ଭାବପ୍ରବଣ ହୋଇ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ସମୟେ ସମୟେ ମାମଲା ଲଢ଼ିବାକୁ ମୋତେ ଋଣ କରିବା ପରିସ୍ଥିତିକୁ ଆସିଯାଇଛି। ତାସତ୍ବେ ବି ଝିଅ ପାଇଁ ‌‌ଶେଷ ନିଶ୍ବାସ ଯାଏ ଲଢ଼ିବା କଥା ସେ ପ୍ରକାଶ କରିଛନ୍ତି।

The post ଝିଅର ମୃତ୍ୟୁ ପରେ ଆମେ ସବୁ କିଛି ହରାଇ ସାରିଛୁ, ନ୍ୟାୟ ପାଇଁ ଶେଷ ନିଶ୍ବାସ ଯାଏ ଲଢ଼ିବି: ପ୍ରତ୍ୟୁଷାଙ୍କ ବାପା first appeared on Sambad.

from ମନୋରଞ୍ଜନ | Sambad https://ift.tt/3BYATVz

Post a Comment

0 Comments