
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଖୁବ୍ ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ ସେ ପୁଣି ବଲିଉଡ୍ ଅଭିନେତା ଶାହାରୁଖ୍ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ ଅତ୍ଲୀଙ୍କ ସହ ଶାହରୁଖ ଖାନ୍ଙ୍କ ଏହି ଫିଲ୍ମରେ ଫିମେଲ୍ ଲିଡ୍ରେ ଅଭିନୟ କରିବେ ନୟନତାରା। ଏ ନେଇ ଫିଲ୍ମ ନିର୍ମାତା ନୟନତାରାଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ। ପ୍ରକାଶ ଥାଉ କି ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ରିଲିଜ୍ ହେବାର ଯୋଜନା ରହିଛି।
The post ଶାହାରୁଖ୍ଙ୍କ ଫିଲ୍ମରେ ଡେବ୍ୟୁ କରିବେ ନୟନତାରା! first appeared on Sambad.from ମନୋରଞ୍ଜନ | Sambad https://ift.tt/2UbjsQh
0 Comments