ପ୍ରଥମ ଥର ପାଇଁ ବିଗ୍‌-ବି’ଙ୍କ ସହ ଅଭିନୟ କରିବେ ନୀନା

ଉତ୍ତରାଖଣ୍ଡର ମୁକ୍ତେଶ୍ୱରସ୍ଥିତ ନିଜ ଘରେ ପ୍ରାୟ ଦୁଇ ମାସ ରହିବା ପରେ ମୁମ୍ବାଇ ଫେରି ଆସିଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା। ଏହା ସହିତ ସେ ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ବାଏ’ ପାଇଁ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। କରୋନ ଯୋଗୁଁ ଏହି ଫିଲ୍ମର ସୁଟିଂ ବନ୍ଦ ରହିଥିଲା। ତେବେ ଏହି ଫିଲ୍ମଟି ନୀନାଙ୍କ ପାଇଁ ବହୁତ ଖାସ୍‌। କାରଣ ଆସନ୍ତା ବର୍ଷ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୪୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ବିଗ୍‌-ବି ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରୁଛନ୍ତି। ଏଥିରେ ସେ ଅମିତାଭଙ୍କ ପତ୍ନୀ ଭୂମିକାରେ ନଜର ଆସିବେ।

The post ପ୍ରଥମ ଥର ପାଇଁ ବିଗ୍‌-ବି’ଙ୍କ ସହ ଅଭିନୟ କରିବେ ନୀନା first appeared on Sambad.

from ମନୋରଞ୍ଜନ | Sambad https://ift.tt/3jot2d1

Post a Comment

0 Comments