
ଆପଣ ଜାଣନ୍ତି କି ବହୁଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ବିପକ୍ଷର ନାୟକ ସାଜିବାକୁ ଦିବଂଗତ ଅଭିନେତା ଇରଫାନ୍ ଖାନ୍ ରୋକଠୋକ୍ ମନା କରିଦେଇଥିଲେ! ଏକଦା ‘ଲଞ୍ଚ୍ ଇଭେଣ୍ଟ୍’ ମୁଭିର ମହୁରତ ସମୟରେ କଙ୍ଗନା ଇରଫାନ୍ଙ୍କୁ କହିଥିଲେ, ଆମେ ଦୁହେଁ ଏକାଠି ଗୋଟିଏ ଚଳଚ୍ଚିତ୍ରରେ କାମ କରିବା। ହେଲେ ଇରଫାନ୍ କଙ୍ଗନାଙ୍କୁ ମନା କରିଦେଇଥିଲେ। ସେ କହିଥିଲେ, ଗୋଟିଏ କୋଷରେ ଦୁଇଟି ତରବାରୀ କେବେହେଲେ ଏକାଠି ରହିପାରିବ ନାହିଁ। ପୂର୍ବରୁ ‘ନକ୍ ଆଉଟ୍’ ପରି କିଛି ସିନେମାରେ କଙ୍ଗନାଙ୍କ ସହ ଇରଫାନ୍ କାମ କରିଥିଲେ, ହେଲେ ଏ ଦୁହେଁ କୌଣସି ଦୃଶ୍ୟରେ ଏକାଠି ଦେଖିବାକୁ ମିଳି ନ ଥିଲେ।
The post ମୁଁ କଙ୍ଗନାଙ୍କ ହିରୋ ହେବିନି first appeared on Sambad.from ମନୋରଞ୍ଜନ | Sambad https://ift.tt/3vLtULV
0 Comments