ଖୁବ୍‌ଶୀଘ୍ର ସୁଟିଂ ଫ୍ଲୋର୍‌କୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ’ସୁପର ବାଳୁଙ୍ଗା’

ଖୁବ୍‌ଶୀଘ୍ର ସୁଟିଂ ଫ୍ଲୋର୍‌କୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସୁପର୍‌ ବାଳୁଙ୍ଗା’। ଏଇ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ସୋହମ୍ ସିଂହ ଓ ଶ୍ରଦ୍ଧା ପାଣିଗ୍ରାହୀ। ପୂର୍ବରୁ ସୋହମ୍ ‘ଅଜାତ ଶତ୍ରୁ’ ଓ ‘ଲଭ୍ ୟୁ ପ୍ରିୟା’ର ନାୟକ ସାଜି ଦର୍ଶକଙ୍କୁ ତାଙ୍କ ରୋମାଣ୍ଟିକ୍ ଚମକ ଦେଖାଇଛନ୍ତି। ସେମିତି ଶ୍ରଦ୍ଧା ଏହା ପୂର୍ବରୁ ‘ମିଠା ମିଠା’ ଓ ‘ଫର୍ ମି ଟୁ ୟୁ’ର ନାୟିକା ସାଜି ନିଜ ଅଭିନୟ ନିପୁଣତା ଦେଖାଇଛନ୍ତି। ଉଭୟଙ୍କ ପାଇଁ ‘ସୁପର୍‌ ବାଳୁଙ୍ଗା’ ହେଉଛି ତୃତୀୟ ସିନେମା।

ସୋହମ୍ କେବଳ ଚଳଚ୍ଚିତ୍ର ଉପରେ ଧ୍ୟାନ ଦେଉଥିବା ବେଳେ ଶ୍ରଦ୍ଧା କିନ୍ତୁ ସିନେମା ସହ ଟେଲି ସିରିୟଲ୍‌ରେ ନିଜର ଅଭିନୟ ଜାରି ରଖିଛନ୍ତି। ଏବେ ମନୋରଂଜନଧର୍ମୀ ଚ୍ୟାନେଲ୍ ‘ମଞ୍ଜରୀ’ରେ ପ୍ରସାରିତ ହେଉଥିବା ‘ମୋ ଦେହେ ବୋଳିଦେ ତୋ ଦେହ କଳା’ର ନାୟିକା ସାଜିଛନ୍ତି ଶ୍ରଦ୍ଧା। ଘରେ ଘରେ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ସେ। ସୋହମ୍ କେବଳ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ମଧ୍ୟ କିଛି ନିର୍ବାଚିତ କାହାଣୀର ନାୟକ ଭାବେ ଅବତୀର୍ଣ୍ଣ ହେଉଥିବାର ଦେଖିବାକୁ ମିଳୁଛି। କମଲ କୁମାର ମହାନ୍ତି ପ୍ରଯୋଜିତ ନୂଆ ସିନେମା ‘ସୁପର ବାଳୁଙ୍ଗା’ର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହାର କାହାଣୀ ଓ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ।

The post ଖୁବ୍‌ଶୀଘ୍ର ସୁଟିଂ ଫ୍ଲୋର୍‌କୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ’ସୁପର ବାଳୁଙ୍ଗା’ first appeared on Sambad.

from ମନୋରଞ୍ଜନ | Sambad https://ift.tt/3eOYuxj

Post a Comment

0 Comments