ପ‌ଡ଼ୋଶୀଙ୍କ ବିରୋଧରେ ଏତଲା ଦେଲେ ରିୟା

ପଡ଼ୋଶୀ ଡିମ୍ପଲ ଥା‌ୱାନୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଜୁନ୍‌ ୧୩ ତାରିଖ ଅର୍ଥାତ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବଦିନ ରିୟାଙ୍କୁ ସୁଶାନ୍ତଙ୍କ ସହ ଦେଖିଥିବା ନେଇ ଡିମ୍ପଲ ବୟାନ ଦେଇଥିଲେ। ରିୟା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଡିମ୍ପଲ ଜାଣିଶୁଣି ମୋ ବିରୋଧରେ ମିଛ ଓ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି। ତଦନ୍ତ‌ରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ସେ ଏଭଳି ଏକ କାହାଣୀ ରଚନା କରିଛନ୍ତି। ଜୁନ୍‌ ୧୩ ତାରିଖ ରାତିରେ ସୁଶାନ୍ତ, ରିୟାଙ୍କୁ ଘରକୁ ଛାଡ଼ିବାକୁ ଆସିଥିଲେ ବୋଲି ଡିମ୍ପଲ କିଛି ଜାତୀୟ ଗଣମାଧ୍ୟମକୁ ବୟାନ ଦେଇଥିଲେ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ରିୟା କହିଛନ୍ତି।

ତେବେ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଦେଇ ରିୟାଙ୍କ ଚରିତ୍ରସଂହାର କରିଥିବା ବ୍ୟକ୍ତିମାନଙ୍କ ବିରୋଧ‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ। ପ୍ରକାଶଯୋଗ୍ୟ, ରବିବାର ଦିନ ସିବିଆଇ ଡିମ୍ପଲଙ୍କର ବୟାନ ରେକର୍ଡ କରିଥିଲା। କିନ୍ତୁ ସିବିଆଇର ପ୍ରଶ୍ନୋତ୍ତର ସମୟରେ ଡିମ୍ପଲ କହିଥିଲେ, ମୁଁ କେବେ ବି ସୁଶାନ୍ତ ଓ ରିୟାଙ୍କୁ ଏକାଠି ଦେଖିନାହିଁ।

The post ପ‌ଡ଼ୋଶୀଙ୍କ ବିରୋଧରେ ଏତଲା ଦେଲେ ରିୟା first appeared on Sambad.



from ମନୋରଞ୍ଜନ – Sambad https://ift.tt/34QhnLh

Post a Comment

0 Comments