
ସୋମବାର ଦିନ ହଠାତ୍ ସାରା ମୁମ୍ବାଇ ସହରରୁ ୨ଘଣ୍ଟା ପାଇଁ ବିଜୁଳି ଗାଏବ ହୋଇଯାଇଥିଲା। ଦେଶର ସବୁଠାରୁ ବଡ଼ ସହରରେ ଏଭଳି ପାୱାର-କଟ୍ର ଖବର ନିମିଷକ ଭିତରେ ସାରା ଦେଶରେ ଖେଳି ଯାଇଥିଲା। ତେବେ ଅଧିକ ବିବ୍ରତ ନ ହୋଇ ଶାନ୍ତ ରହିବାକୁ ମୁମ୍ବାଇବାସୀଙ୍କୁ ପରାମର୍ଶ ଦେଇଥିଲେ ବଲିଉଡ୍ର ବଡ଼ ବଡ଼ ସେଲିବ୍ରିଟି। ବିଗ୍ ବି’ ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ନିମ୍ରତ କୌର୍ ଓ ଅଲ୍ଲୀ ଫଜଲ ପ୍ରମୁଖ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କୁ ଶାନ୍ତ ରହିବାକୁ କହିଥିଲେ। ଏହି ଅବସରରେ ବାସ୍ତବ ଜୀବନର ହିରୋ ସୋନୁ ସୁଦ୍ଙ୍କ ଟ୍ବିଟ୍ ମଧ୍ୟ ସାମ୍ନାକୁ ଆସିଥିଲା।
ସୋନୁ ଟ୍ବିଟରେ ଉଲ୍ଲେଖ କରିଥିଲେ, ମାତ୍ର ଦୁଇ ଘଣ୍ଟା ପାଇଁ ମୁମ୍ବାଇରେ ହଠାତ୍ ପାୱାର-କଟ୍ କରାଯିବାରୁ କେଇ ମିନିଟ୍ ମଧ୍ୟରେ ଏହି ଖବର ସାରା ଦେଶରେ ଖେଳିଗଲା। କିନ୍ତୁ ଦେଶରେ ଏମିତି ବି ଅନେକ ଘର ରହିଛି, ଯେଉଁଠି ମାତ୍ର ଦୁଇ ଘଣ୍ଟା ପାଇଁ ବି ବିଜୁଳି ଉପଲବ୍ଧ ହେଉନି। ଏଣୁ ବିଜୁଳି ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟ ରଖନ୍ତୁ ବୋଲି ସୋନୁ କହିଥିଲେ।
The post ମୁମ୍ବାଇ ବାସିନ୍ଦାଙ୍କୁ ସୋନୁଙ୍କ ‘ଧୈର୍ଯ୍ୟ ଧର’ ପରାମର୍ଶ first appeared on Sambad.
from ମନୋରଞ୍ଜନ – Sambad https://ift.tt/311IyBv
0 Comments