୭୮ରେ ବିଗ୍‌ ବି’

ବଲିଉଡ୍‌ର ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନ ଆଜି ୭୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ର ବହୁ ସେଲିବ୍ରିଟି ତାଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ତାଙ୍କ ପ୍ରଶଂସକମାନେ ଫୁଲତୋଡ଼ା ଧରି ତାଙ୍କ ବାସଭବନ ସମ୍ମୁଖକୁ ପହଞ୍ଚିଥିଲେ।

ମୁମ୍ବାଇ ଜୁହୁସ୍ଥିତ ତାଙ୍କ ବାସଭବନ ‘ଜଲ୍‌ସା’ ସମ୍ମୁଖରେ ବିଗ୍‌ ବି’ଙ୍କ ଅନେକ ପ୍ରଶଂସକ ସକାଳୁ ସକାଳୁ ପହଞ୍ଚି ଯାଇଥିଲେ। କିଏ ହାତରେ ବିଗ୍‌ ବି’ଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛା ପତ୍ର ତ’ ଆଉ କିଏ ଫୁଲତୋଡ଼ା ନେଇ, କେହି କେହି ତାଙ୍କ ଚଳଚ୍ଚିତ୍ରର ବିଭିନ୍ନ ଚରିତ୍ରର ପୋଷ୍ଟର୍‌ ନେଇ ନିଆରା ତରିକାରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅମିତାଭ ମଧ୍ୟ ଟ୍ବିଟ୍‌ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ମୋ ପାଇଁ ଶ୍ରେଷ୍ଠ ଉପହାର ଏବଂ ଏହାଠାରୁ ମୁଁ ଅଧିକ କିଛି ଆଶା କରେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।



from ମନୋରଞ୍ଜନ – Sambad https://ift.tt/2GXNRuw

Post a Comment

0 Comments