
ଋଷି କପୁର ଆଉ ମୁଁ ଖାଲି ଭାଇ ନଥିଲୁ, ଆମେ ଆମ ଭିତରେ ଏକ ଦୁନିଆ ଥିଲୁ। ଆମେ ଏକାଠି ଥିଲେ ଆଉ କାହାର ଦରକାର କେବେ ଅନୁଭବ କରିନୁ। ଉଭୟଙ୍କର ଗୁଡ଼ାଏ ସମାନ ପସନ୍ଦ ଓ ନାପସନ୍ଦ ଥିଲା। ଏକାଠି ବସି ଭଲ ଭଲ ବ୍ୟଞ୍ଜନ ଖାଇବା, ମଦ୍ୟପାନ କରିବା ଓ ଦୀର୍ଘ ସମୟ ଧରି ଗପିବା ଆମର ଅଭ୍ୟାସ ଥିଲା। କିନ୍ତୁ ଏହି ଜୀବନାଯାତ୍ରାରେ ଏକାଠି ଚାଲୁଥିବା ଦୁଇ ଯାତ୍ରୀଙ୍କ ଭିତରୁ ଆଜି ଜଣେ ଛାଡ଼ି ଚାଲିଯାଇଛି, ମତେ ସମ୍ପୂର୍ଣ୍ଣ ଏକା କରି। ବୋଧେ ଏହା ହିଁ ଜୀବନ। ଏମିତି କିଛି କହି ସ୍ବର୍ଗତ ଋଷି କପୁରଙ୍କୁ ମନେ ପକାଇଛନ୍ତି ଭାଇ ତଥା ଦିଗ୍ଗଜ୍ ଅଭିନେତା ରଣଧୀର କପୁର।
ଏକ ସାକ୍ଷାତକାରରେ ରଣଧୀର କହିଛନ୍ତି, ଋଷି ଆଉ ମୁଁ ଏକାଠି ଭ୍ରମଣରେ ଯାଉଥିଲୁ, କେତେ କ’ଣ ଗପୁଥିଲୁ। ସେ ଜଣେ ଭଲ ଅଭିନେତା ମଧ୍ୟ ଥିଲା। ମୁଁ ତ’ କହିବି, ଆମ ପିଢ଼ିର ସେ ସବୁଠାରୁ ଭଲ ଅଭିନେତା ଥିଲା। ତା’ ଅଭିନୀତ ପ୍ରେମ୍ ଗ୍ରନ୍ଥ, ପ୍ରେମ ରୋଗ ଓ ଦାମିନୀ ଚଳଚ୍ଚିତ୍ର ମୋର ବହୁତ ପ୍ରିୟ। ଆକ୍ସନ ଚଳଚ୍ଚିତ୍ରର ଯୁଗରେ ସେ ଏକା ରୋମାଣ୍ଟିକ୍ ଚଳଚ୍ଚିତ୍ର କରି ସଫଳତାର ଶିଡ଼ି ଚଢ଼ି ଚାଲିଥିଲା। ମୁଁ ସବୁବେଳେ ତାକୁ ମନେ ପକାଇବି। ତା’ ବିୟୋଗ ମୋ ଜୀବନର ସବୁଠାରୁ ବଡ଼ କ୍ଷତି।
from ମନୋରଞ୍ଜନ – Sambad https://ift.tt/2GERK89
0 Comments