
ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହେବା ପରେ ଅଭିନେତା ସଞ୍ଜୟ ଦତ୍ତ ସୁଟିଂରୁ ବିରତି ନେଇଛନ୍ତି। କିନ୍ତୁ ସେ ଏବେ ହେୟାର କଟ୍ ପାଇଁ ସେଲୁନ୍ ଯାଇଥିବା ଜାଣିବାକୁ ମିଳିଛି। ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ୍ ଆଲିମ୍ ହାକିମ୍ ସଞ୍ଜୁ ବାବାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓରେ ସଞ୍ଜୟ କହୁଛନ୍ତି, ହାଏ… ମୁଁ ସଞ୍ଜୟ ଦତ୍ତ। ବହୁତ ଦିନ ପରେ ସେଲୁନ୍ ଆସି ଭଲ ଲାଗୁଛି। ହେୟାର କଟ୍ କଲି। ଖୁବ୍ ଶୀଘ୍ର ମୁଁ ଏହି କର୍କଟ ରୋଗରୁ ମୁକ୍ତି ପାଇବାକୁ ଯାଉଛି। ଖୁବ୍ ଶୀଘ୍ର ମୁଁ ସୁଟିଂ ଆରମ୍ଭ କରିବି। ପ୍ରକାଶଯୋଗ୍ୟ, ଗତ ଅଗଷ୍ଟରେ ସଞ୍ଜୟଙ୍କର ଫୁସ୍ଫୁସ୍ କର୍କଟ ଥିବା ଡାକ୍ତର କହିବା ପରେ ସେ ସୁଟିଂରୁ ବିରତି ନେଇଥିଲେ। ସେ ଏବେ କୋକିଲାବେନ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
The post ଖୁବ୍ ଶୀଘ୍ର କର୍କଟ ମୁକ୍ତ ହେବେ ସଞ୍ଜୁ ବାବା first appeared on Sambad.
from ମନୋରଞ୍ଜନ – Sambad https://ift.tt/31cStV1
0 Comments