ମାମଲା ପ୍ରତ୍ୟାହାର କଲେ ରଜନୀ

ଗ୍ରେଟର ଚେନ୍ନାଇ କର୍ପୋରେସନ୍‌ର ନୋଟିସ୍‌ ବିରୋଧରେ ମାଡ୍ରାସ ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାୟକ କରିଥିବା ସୁପରଷ୍ଟାର୍‌ ରଜନୀକାନ୍ତ ଆଜି ତାଙ୍କ ମାମଲା ପ୍ରତ୍ୟାହାର କରି ନେଇଛନ୍ତି। ରଜନୀଙ୍କ ମାଲିକାନାରେ ଥିବା ରାଘବେନ୍ଦ୍ର ବିବାହ ମଣ୍ଡପର କର ବାବଦକୁ ୬.୫୦ ଲକ୍ଷ ଟଙ୍କା ଦେବା ପାଇଁ କର୍ପୋରେସନ୍‌ ନୋଟିସ୍‌ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ରଜନୀ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। ତେବେ କୋର୍ଟକୁ ନ ଆସି କର୍ପୋରେସନ୍‌କୁ ରିମାଣ୍ଡର ପଠାଇବାକୁ କୋର୍ଟ ରଜନୀଙ୍କୁ ପରାମର୍ଶ ଦେଇଥିଲେ।

The post ମାମଲା ପ୍ରତ୍ୟାହାର କଲେ ରଜନୀ first appeared on Sambad.



from ମନୋରଞ୍ଜନ – Sambad https://ift.tt/342p1TB

Post a Comment

0 Comments