
ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗରେ ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହେଲେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ। ପୂର୍ବରୁ ଏହି ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ତେବେ ଆଜି ଥାନାରେ ହାଜର ହୋଇ ସେ ନିଜ ପକ୍ଷ ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ମସିହାରେ ଭର୍ସୋଭା ୟାରି ରୋଡ୍ସ୍ଥିତ କୌଣସି ଏକ ସ୍ଥାନରେ ଅନୁରାଗ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପାୟଲ ଥାନାରେ ଏତଲା ଦେଇଥିଲେ। ତେବେ ଘଟଣା ଦିନ କ’ଣ ହୋଇଥିଲା, ସେ ସଂପର୍କରେ ପୁଲିସ୍ ଆଜି ଅନୁରାଗଙ୍କୁ ପଚାରାଉଚରା କରିଛି।
from ମନୋରଞ୍ଜନ – Sambad https://ift.tt/2GjskfS
0 Comments