ମୁମ୍ବାଇ : ଲୋକପ୍ରିୟ ହାସ୍ୟାଭିନେତା ଏବଂ ଟିଭି ଶୋ ହୋଷ୍ଟ କପିଲ ଶର୍ମାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବ। ‘ଫୁଙ୍କାର’ ନାମରେ ନାମିତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା‌ ଦେବେ ଫୁକ୍ରେ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ମ୍ରିଗଦୀପ ସିଂ ଲାମ୍ବା। ପ୍ରଯୋଜକ ମହାବୀର ଜୈନ ଲାଇକା ପ୍ରଡକ୍ସନ୍ସ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ କରିବେ। ଜୈନଙ୍କ ଦ୍ବାରା ପ୍ରଯୋଜିତ ରଜନୀକାନ୍ତଙ୍କ ‘୨.୦’ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ‘ରାମ ସେତୁ’ ଭଳି କପିଲଙ୍କ ‘ଫୁଙ୍କାର’ର କାହାଣୀ ଦର୍ଶକ ମହଲରେ ଆଦୃତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। କପିଲ ଶର୍ମାଙ୍କ ସୌଜନ୍ୟରେ କୋଟି କୋଟି ଲୋକ ସେମାନଙ୍କର ଦୈନିକ ଡୋପାମାଇନ୍‌ର ମାତ୍ରା ପାଆନ୍ତି। ବଞ୍ଚିବା ପାଇଁ ଆମ ସମସ୍ତଙ୍କୁ ପ୍ରେମ, ଜୀବନ ଏବଂ ହସ ଦରକାର। କମେଡି ସୁପର ଷ୍ଟାର କପିଲ ଶର୍ମାଙ୍କ ଅବିଭକ୍ତ କାହାଣୀକୁ ବଡ଼ ପରଦାରେ ଉପସ୍ଥାପନ କରି ଆମେ ଗର୍ବିତ ବୋଲି ସେ କହିଛନ୍ତି।

The post କମେଡିଆନ୍‌ କପିଳ ଶର୍ମାଙ୍କ ଜୀବନୀ ଉପରେ ଫିଲ୍ମ ‘ଫୁଙ୍କାର’ first appeared on Sambad.

from ମନୋରଞ୍ଜନ | Sambad https://ift.tt/3roSXnr