ମୁମ୍ବାଇ: କୁହାଯାଏ ଭାଗ୍ୟ କେତେବେଳେ କାହାର ସାଥ ଦେବ, ସେମିତି କିଛି କହି ହୋଇନଥାଏ | ଆଜି ଆମେ ଆପଣଙ୍କୁ ବଲିଉଡର ସେମିତି କିଛି ସଫଳ ଅଭିନେତା/ଅଭିନେତ୍ରୀଙ୍କ ବାବଦରେ କହିବୁ, ଯେଉଁମାନେ ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ଅନ୍ୟ କିଛି କାମ କରୁଥିଲେ | ବୋମନ ଇରାନୀ ବଲିଉଡର ଜଣେ ଦକ୍ଷ ଅଭିନେତା | ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଛନ୍ତି | ବଲିଉଡରେ ଅଭିନୟ କରିବା ପୂର୍ବରୁ ବୋମନ୍ ଏକ ପଞ୍ଚ ତାରକା ହୋଟେଲରେ ୱେଟର ଭାବେ କାମ କରୁଥିଲେ | ସେହିପରି ଅକ୍ଷୟ କୁମାର ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ମାର୍ଶଲ ଆର୍ଟରେ ତାଲିମ ଦେଉଥିଲେ | ଏହା ସହିତ ସେ ରୋଷେୟା ଭଳି କାମ ମଧ୍ୟ କରିଛନ୍ତି |
ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଅକ୍ଷୟ କୁମାର ଏମିତି ଜଣେ ତାରକାଙ୍କ ତାଲିକାରେ ସାମିଲ ହୋଇଛନ୍ତି ଯିଏ କି ବକ୍ସ ଅଫିସରେ ରାଜ କରୁଛନ୍ତି | ଆୟୁଷ୍ମାନ ଖୁରାନା ଆଜି ବଲିଉଡର ସୁପରଷ୍ଟାର | ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ସହିତ ଲୋକଙ୍କୁ ମନୋରଞ୍ଜନ ଦେଇଛନ୍ତି | ଜଣେ ଅଭିନେତା ହେବା ପୂର୍ବରୁ ଆୟୁଷ୍ମାନ ଜଣେ ରେଡିଓ ଜକି ଥିଲେ | ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ |
ସେ ସଲମାନ ଖାନଙ୍କ ପରି ଅଭିନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ଅଭିନେତ୍ରୀ ହେବା ପୂର୍ବରୁ ସେ ଜଣେ ଟିଭି ଉପସ୍ଥାପିକା ଥିଲେ | ଜ୍ୟାକଲିନ୍ ମୂଳତଃ ଶ୍ରୀଲଙ୍କାରୁ ଆସିଛନ୍ତି। ଦମ ଲଗାକେ ହେଇସା ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଭୂମି ଅଭିନେତ୍ରୀ ହେବା ପୂର୍ବରୁ ମଧ୍ୟ ବଲିଉଡ ସହିତ ଜଡିତ ଥିଲେ | ସେ ସହକାରୀ ନିର୍ଦ୍ଦେଶକ ଭାବରେ ଚଳଚ୍ଚିତ୍ରରେ କାମ କରୁଥିଲେ |
The post କିଏ ରୋଷେୟା ତ କିଏ ପୁଣି ୱେଟର: ସଫଳ ଅଭିନେତା ପୂର୍ବରୁ କିଛି ଏଭଳି କାମ କରୁଥିଲେ ବଲିଉଡ ଅଭିନେତା/ଅଭିନେତ୍ରୀ first appeared on Sambad.from ମନୋରଞ୍ଜନ | Sambad https://ift.tt/3yYcNZN
0 Comments