
ବିଗତ ବର୍ଷମାନଙ୍କରେ ଦେଶବିଦେଶରେ ଅନେକ ଲୋକପ୍ରିତା ଅର୍ଜନ କରିଥିବା ସଲମାନ ଖାନଙ୍କ ‘ଦ-ବ୍ୟାଙ୍ଗ୍’ ଟୁର୍ ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ମଞ୍ଚକୁ ଫେରିଛି। ଡିସେମ୍ବର ୧ ତାରିଖରେ ସଲମାନ ଘୋଷଣା କରିଥିଲେ ଯେ ଡିସେମ୍ବର ୧୦ରେ ଏହି କାର୍ଯ୍ୟକ୍ରମର ନୂଆ ସଂସ୍କରଣ ଦୁବାଇଠାରେ ଅନୁଷ୍ଠିତ ହେବ। ସଲମାନ ଖାନ ଏହାର ଉପସ୍ଥାପକ ରହିଥିବା ବେଳେ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ଶିଳ୍ପା ସେଟ୍ଟୀ, ପ୍ରଭୁ ଦେବା, ଆୟୁଷ ଶର୍ମା, ଗୁରୁ ରନ୍ଧାଵା ପ୍ରମୁଖ ଏଥିରେ ନୃତ୍ୟଗୀତ ପରିବେଷଣ କରିବେ। ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜେକ୍ଲିନ୍ ଦୁବାଇ ବାହାରିଥିବା ବେଳେ ରବିବାର ରାତିରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ରୋକାଯାଇଥିଲା। ମନି ଲଣ୍ଡରିଂ ମାମଲାରେ ଜେକ୍ଲିନ୍ଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିବାରୁ ତାଙ୍କୁ ତଦନ୍ତ ସରିବା ଯାଏଁ ବିଦେଶ ଯିବାକୁ ବାରଣ କରାଯାଇଛି। ଶେଷ ମୁହୂର୍ତ୍ତରେ ଏଭଳି ସମସ୍ୟା ଉପୁଜିବାରୁ ଜେକ୍ଲିନ୍ଙ୍କ ସ୍ଥାନ କିଏ ନେବ ତାହା ଏବେ ସଲମାନଙ୍କୁ ଚିନ୍ତାରେ ପକାଇଛି।
ତେବେ ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଡେଜି ଶାହ ଜେକ୍ଲିନ୍ଙ୍କ ସ୍ଥାନ ନେବେ। ପୂର୍ବ ବର୍ଷମାନଙ୍କରେ ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବାର ତାଙ୍କର ଅଭିଜ୍ଞତା ରହିଛି। ଆଉ ମଧ୍ୟ ‘ଜୟ ହୋ’ ଓ ‘ରେସ୍ ୩’ ଚଳଚ୍ଚିତ୍ରରେ ସେ ସଲମାନ ଖାନଙ୍କ ସହ ଅଭିନୟ କରିଛନ୍ତି। ତେଣୁ ଡେଜି ଜେକ୍ଲିନ୍ଙ୍କର ଜଣେ ଉତ୍କୃଷ୍ଟ ବିକଳ୍ପ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଅତୀତରେ ‘ଦ-ବ୍ୟାଙ୍ଗ୍’ ମଞ୍ଚ କାର୍ଯ୍ୟକ୍ରମରେ ବଲିଉଡ୍ର ଅନେକ ଆଗଧାଡ଼ିର କଳାକାର ସାମିଲ ହୋଇ ଲଣ୍ଡନ୍, ନ୍ୟୁଜିଲାଣ୍ଡ୍, ଦୁବାଇ ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଚମକ ପ୍ରଦର୍ଶନ କରିଆସିଛନ୍ତି।
The post ‘ଦ-ବ୍ୟାଙ୍ଗ୍’ ମଞ୍ଚ କାର୍ଯ୍ୟକ୍ରମରେ ଜେକ୍ଲିନ୍ଙ୍କ ସ୍ଥାନ ନେବେ ଡେଜି! first appeared on Sambad.from ମନୋରଞ୍ଜନ | Sambad https://ift.tt/3rF1VhQ
0 Comments