ମୁମ୍ବାଇ: ବେଳେବେଳେ ପ୍ରଶଂସକଙ୍କ ଗହଳିରେ କିଭଳି ଜଣଙ୍କୁ ହଟହଟା ହେବାକୁ ପଡେ. ସେ ନେଇ ନିଜ ଅନୁଭୂତି ବାଣ୍ଟିଛନ୍ତି ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ | ନିକଟରେ ରିଲିଜ ହୋଇଥିବା ‘ସେରସାହା’ରେ ଜୁବିନଙ୍କ ଗୀତ ସମସ୍ତଙ୍କୁ ପସନ୍ଦ ଆସିଥିବାବେଳେ କପିଲ ଶର୍ମା ସୋ ରେ ନିଜର କିଛି ମିଠା ଅନୁଭୂତି କହିଥିଲେ ଜୁବିନ | ତାଙ୍କ କହିବା ମୁତାବକ ଲାଇଭ ସୋ ପରେ ଷ୍ଟେଜରୁ ବାହାରିବାକୁ ପଛପଟେ ଏକଜିଟ ଥାଏ | କିନ୍ତୁ ଏଠାରେ ଏକଜିଟ ପାଇଁ ପଛପଟେ କୌଣସି ବାଟ ରଖାଯାଇନଥିଲା | ଏହା ପରେ ସୋ ର ଆୟୋଜକ କହିଥିଲେ ଯେ ଜନତାଙ୍କ ଭିତରେ ଯାଆନ୍ତୁ|
ଏହା ପରେ ଜୁବିନ କହିଥିଲେ ଲୋକଙ୍କ ଦେଇ ଗଲେ କପଡା ଚିରିଯିବ | ଏହା ପରେ ଆୟୋଜକ କହିଥିଲେ ଆପଣ ଝିଅଙ୍କ ଗହଳି ଦେଇ ଯାଆନ୍ତୁ | ଶେଷରେ ବାଧ୍ୟହୋଇ ଝିଅଙ୍କ ମଝିରେ ଯିବାକୁ ପଡିଲା ଆଉ ଝିଅମାନେ ଘେରିଯାଇଥିଲେ | ଗହଳି ଭିତରେ ବୋତାମ ଛିଡିଯିବା ସହ ପଛପଟୁ ସାର୍ଟ ଫାଟିଯାଇଥିଲା | ଏହା ପରେ ଉତ୍ସାହର ସହ କପିଲ ପଚାରିଥିଲେ ଯେ ଏହି ସୋ କୋଉଠି ଥିଲା | ଜୁବିନ ଉତ୍ତର ଦେଇଥିଲେ ଯେ ବେହେରମପୁରରେ ଏହି ସୋ ଥିଲା |
ତେବେ ଆପଣ ପଢି ଆଶ୍ଚର୍ଯ୍ୟ ହୋଇଗଲେ କି ? ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | ଓଡ଼ିଶାର ବ୍ରହ୍ମପୁରରେ ଏଭଳି କିଛି ଘଟଣା ଘଟିନାହିଁ | ବରଂ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଥିବା ବେହେରମପୁର କଲେଜରେ ତାଙ୍କ ସହ ଏମିତି ହୋଇଥିଲା | ୪ ବର୍ଷ ତଳେ କଲେଜର ବାର୍ଷିକ ଉତ୍ସବରେ ଜୁବିନ ଓ ତାଙ୍କ ଟିମ ଷ୍ଟେଜ ସୋ କରିବାକୁ ଯାଇଥିଲେ, ଆଉ ସେତେବେଳେ ଏଭଳି ଘଟଣା ଘଟିଥିଲା |
from ମନୋରଞ୍ଜନ | Sambad https://ift.tt/3z9ugPn
0 Comments