‘ସୂର୍ଯ୍ୟବଂଶମ୍’ରେ ରଚନା ବାନାର୍ଜୀ, ‘ସୂର୍ଯ୍ୟବଂଶୀ’ରେ ପାୟଲ ପାଣିଗ୍ରାହୀ

ଭୁବନେଶ୍ବର: ଏବେ ଚର୍ଚ୍ଚାରେ ଅଛନ୍ତି ପାୟଲ ପାଣିଗ୍ରାହୀ। ତାଙ୍କ ଅଭିନୀତ ନୂଆ ସିନେମା ‘ସୂର୍ଯ୍ୟବଂଶୀ’ ଲାଗି ସେ ଚର୍ଚ୍ଚିତା ହୋଇଛନ୍ତି। ଏଥିରେ ସୂର୍ଯ୍ୟବଂଶୀ ଅକ୍ଷୟ କୁମାରଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଅଭିନେତ୍ରୀ ପାୟଲ ପାଣିଗ୍ରାହୀଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି।
‘ସୂର୍ଯ୍ୟବଂଶମ୍’ରେ ଓଲିଉଡ ନାୟିକା ରଚନା ବାନାର୍ଜୀ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏବେ ‘ସୂର୍ଯ୍ୟବଂଶୀ’ରେ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ସହ କାମ କରିଛନ୍ତି ପାୟଲ ପାଣିଗ୍ରାହୀ।

ପାୟଲ ପାଣିଗ୍ରାହୀ ‘ସୂର୍ଯ୍ୟବଂଶୀ’ ଚଳଚ୍ଚିତ୍ରରେ ସାମ୍ବାଦିକ ଭାବରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରି ଆଜି ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ପାୟଲଙ୍କ କହିବା ଅନୁଯାୟୀ ତାଙ୍କ ବଡ଼ ଭାଇ ପ୍ରମୋଦ ପାଣିଗ୍ରାହୀ ବି ଗଣମାଧ୍ୟମରେ କାମ କରନ୍ତି। ଏହି ଚରିତ୍ରକୁ ଜୀବନ୍ତ କରିବା ଲାଗି ବଡ଼ ଭାଇଙ୍କ ପ୍ରେରଣା ଓ ସହଯୋଗ ଭୁଲିବାର ନୁହେଁ। ଏହି ଫିଲ୍ମ ଲାଗି ତାଙ୍କୁ ସୁପରଷ୍ଟାର୍ ଅକ୍ଷୟ କୁମାର ଓ କାଟ୍ରିନା କୈଫଙ୍କ ସହ ମାତ୍ର ୫ ଦିନ ସୁଟିଂ କରିବାକୁ ପଡ଼ିଥିଲା।
ପାୟଲ ଆହୁରି ବି କହିଛନ୍ତି, ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ‘ସୂର୍ଯ୍ୟବଂଶୀ’ରେ ଏହି ଭୂମିକା ଲାଗି ପ୍ରାୟ ୫୦ ଜଣ ଯୁବତୀଙ୍କର ସ୍କ୍ରିନ ଟେଷ୍ଟ ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ ତାଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା। ସୋସିଆଲ ମିଡିଆ ତଥା ଅନ୍ୟାନ୍ୟ ମାଧ୍ୟମ ମାଧ୍ୟମରେ ସାରା ଦେଶରୁ ଅଭିନନ୍ଦନ ଗ୍ରହଣ କରି ଖୁସି ହୋଇ ଅଭିନେତ୍ରୀ ପାୟଲ ପାଣିଗ୍ରାହୀ କହିଛନ୍ତି, ଏହା ମୋ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ସମୟ।‘ସୂର୍ଯ୍ୟବଂଶୀ’ ଚଳଚ୍ଚିତ୍ର ମାଧ୍ୟମରେ, ମୁଁ ଏକ ଭିନ୍ନ ପରିଚୟ ପାଇଛି। ଏଥିସହିତ କେତେକ ନୂଆ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛି। ଏହା ମୋ ପାଇଁ ଏକ ଖୁସିର ମୁହୂର୍ତ୍ତ। ଏଥିସହ ସେ ଦର୍ଶକଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

ଛତିଶଗଡ଼ର ବସ୍ତର ଅଞ୍ଚଳର ପାୟଲ ଦିଲ୍ଲୀର ଏକ ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେବା ପରେ ପାୟଲ ଦୀର୍ଘ ସମୟ ଧରି ଆସିଷ୍ଟାଣ୍ଟ କାଷ୍ଟିଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ‘ଟଏଲେଟ୍ ଏକ ପ୍ରେମ କଥା’ରେ ଆସିଷ୍ଟାଣ୍ଟ କାଷ୍ଟିଂ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଏହାଛଡ଼ା ସେ ଅନେକ ବିଜ୍ଞାପନ ଚଳଚ୍ଚିତ୍ର ପାଇଁ ଚରିତ୍ର ବାଛିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କ୍ୟାରିୟରର ପରବର୍ତ୍ତୀ ପର୍ଯ୍ୟାୟରେ ପାୟଲ ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବି ଅଭିନୟ କରିଥିଲେ। ସେଠାରେ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବି ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ନିର୍ମାଣ ସହିତ ଜଡ଼ିତ ଥିଲେ। ଖାଲି ସେତିକି ନୁହେଁ ସେଠାରେ ସେ ନିଜର ନାଆଁ ବଦଳାଇ ଅଭିନେତ୍ରୀ ନେହା ପାୟଲ୍ ଭାବରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

The post ‘ସୂର୍ଯ୍ୟବଂଶମ୍’ରେ ରଚନା ବାନାର୍ଜୀ, ‘ସୂର୍ଯ୍ୟବଂଶୀ’ରେ ପାୟଲ ପାଣିଗ୍ରାହୀ first appeared on Sambad.

from ମନୋରଞ୍ଜନ | Sambad https://ift.tt/3GeLZHi

Post a Comment

0 Comments