ଏହି ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମାରେ କାମ କରିଛନ୍ତି ନାୟିକା ଏଲିନା

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟିକା ଏଲିନା ତରଙ୍ଗ ସିନେ ପ୍ରଡକସନ୍‌ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ‘କେହି ନୁହେଁ କାହାର’, ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭଷ୍ଟେସନ୍‌’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ‘କାବୁଲା ବାରବୁଲା’, ‘ଫୋର୍‌ ଇଡିଅଟ୍‌ସ’, ‘ଟୋକାଟା ଫସିଗଲା’, ‘ଦିସ୍ ଇଜ୍ ସବୁ ମାୟାରେ ବାୟା’, ‘ଇଶ୍କ ପୁଣି ଥରେ’, ‘ମାଲ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’ ଓ ‘ଅରୁନ୍ଧତୀ’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ବଡ଼ ପରଦାରେ ନଜର ଆସିଛନ୍ତି।

ଏଲିନାଙ୍କ ପ୍ରଥମ ଛବି ‘ଇଶ୍କ ତୁ ହି ତୁ’ର ନିର୍ଦ୍ଦେଶକ ଥିଲେ ତାପସ ସରଘରିଆ। କିନ୍ତୁ ଏଲିନା ତାପସଙ୍କ ସହ ଏହାପରେ ଆଉ କାମ କରିନାହାନ୍ତି। ତାପରେ  ସେ ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତି, ସୁଧାଂଶୁମୋହନ ସାହୁ, ସୁଶାନ୍ତ ମଣି, ବିନି ପଟ୍ଟନାୟକ, ବସନ୍ତ ସାହୁ, ମୁରଲୀକ୍ରୀଷ୍ଣା, ଜ୍ୟୋତି ଦାସ, ଅବତାର ସିଂହ ଓ ରମେଶ ରାଉତ ପ୍ରମୁଖଙ୍କ ସହ କାମ କରିଛନ୍ତି। ଏଲିନା ଅଶୋକ ପତିଙ୍କ ‘ଲଭ୍ ଷ୍ଟେସନ୍’, ସୁଧାଂଶୁମୋହନ ସାହୁଙ୍କ ‘ ହାପି ଲକି’, ସୁଶାନ୍ତ ମଣିଙ୍କ ‘କେହି ନୁହେଁ କାହାର’ ଓ ଦିସ୍ ଇଜ୍ ସବୁ ମାୟାରେ ବାୟା, ବିନି ପଟ୍ଟନାୟକଙ୍କ ‘ଝିଅଟା ବିଗିଡ଼ିଗଲା’, ବସନ୍ତ ସାହୁଙ୍କ ‘ଫୋର୍‌ ଇଡିଅଟ୍‌ସ’, ମୁରଲୀକ୍ରୀଷ୍ଣାଙ୍କ ‘ଜଗା ହାତରେ ପଘା’ ଓ ଅଭୟ , ଅବତାର ସିଂହଙ୍କ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ଓ ଜ୍ୟୋତି ଦାସଙ୍କ ‘ଇଶ୍କ ପୁଣି ଥରେ’ରେ ନଜର ଆସିଛନ୍ତି ନାୟିକା ଭୂମିକାରେ।

ହେଲେ ହେଲେ ଆପଣ ଜାଣନ୍ତି ଏଯାଏଁ କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମା କରିଛନ୍ତି। ଏମାନଙ୍କ ଭିତରୁ ରମେଶ ରାଉତଙ୍କ ଫିଲ୍ମରେ ସବୁଠାରୁ ଅଧିକ ଥର ନଜର ଆସିଛନ୍ତି। ‘କାବୁଲା ବାରବୁଲା’ ଜରିଆରେ ପ୍ରଥମେ ରମେଶ ଓ ଏଲିନା ଏକାଠି ହୋଇଥିଲେ, ଯେଉଁଥିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଅନୁଭବ। ଏହାପରେ ଏଲିନା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟୋକାଟା ଫସିଗଲା’, ‘ମାଲ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’ ଓ ‘ଅରୁନ୍ଧତୀ’ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି। ଏହାଛଡ଼ା ରମେଶ ରାଉତଙ୍କର ଏକ ବଙ୍ଗଳା ଫିଲ୍ମ ‘ଭୋକତା’ରେ ବି କାମ କରିଛନ୍ତି ଏଲିନା। ଏଣୁ ଏଲିନାଙ୍କୁ ରମେଶଙ୍କ ପ୍ରିୟ ନାୟିକା ବୋଲି କୁହାଯାଇପାରେ। ଠିକ୍ ସେହିପରି ରମେଶ ରାଉତଙ୍କୁ ଏଲିନାଙ୍କ ପ୍ରିୟ ନିର୍ଦ୍ଦେଶକ ବୋଲି କୁହାଯିବାରେ କିଛି ଅସୁବିଧା ନାହିଁ। ଏହା ଅବଶ୍ୟ ଭିନ୍ନ କଥା ଯେ ନିର୍ଦ୍ଦେଶକ ରମେଶ ରାଉତ ଅନୁ ଚୌଧୁରୀ, ଅନନ୍ୟା ମିଶ୍ର ଓ ସନମୀରାଙ୍କ ଭଳି ନାୟିକାଙ୍କୁ ବି ନେଇଛନ୍ତି ତାଙ୍କ ବିଭିନ୍ନ ସିନେମାରେ।

The post ଏହି ନିର୍ଦ୍ଦେଶକଙ୍କ ସହ ସବୁଠାରୁ ଅଧିକ ସିନେମାରେ କାମ କରିଛନ୍ତି ନାୟିକା ଏଲିନା first appeared on Sambad.

from ମନୋରଞ୍ଜନ | Sambad https://ift.tt/3yFJQlf

Post a Comment

0 Comments