
ଜୟପୁର: ବାହାଘର ଫଟୋ ପରେ ଏବେ ସାମ୍ନାକୁ ଆସିଛି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲଙ୍କ ହଳଦୀର ଫଟୋ । ଉଭୟ ବିକ୍କି ଓ କ୍ୟାଟ୍ରିନା ଏହି ଫଟୋକୁ ନିଜ ଇନଷ୍ଟାଗାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ।

ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ବିବାହ ଥିଲା ଭିକ୍କି-କ୍ୟାଟ୍ରିନାଙ୍କ ବିବାହ । ୯ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରରେ ଥିବା ସିକ୍ସ-ସେନସେସ୍ ଦୁର୍ଗରେ ଉଭୟଙ୍କ ବିବାହ ହୋଇଥିଲା ।

ଏହି ହାଇପ୍ରୋଫାଇଲ ବିବାହ ପାଇଁ ସ୍ଥାନୀୟ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିବାହ ପୂର୍ବରୁ କୌଣସି ଫଟୋ କିମ୍ବା ଭିଡିଓକୁ ସୋସିଆଲ ମିଡିଆରେ ଛଡାଯାଇନଥିଲା ।

ବିବାହର ଦୃଶ୍ୟ ଦେଖାଇବାର ଅଧିକାର ପାଇବାକୁ ଭିକ୍କି ଓ କ୍ୟାଟ୍ରିନଙ୍କୁ ଓଟିଟି ଫ୍ଲାଟଫର୍ମ ପକ୍ଷରୁ ଶହେ କୋଟିର ଅଫର ଦିଆଯାଇଥିବାର ଖବର ମଧ୍ୟ ଚର୍ଚ୍ଚା ହେଉଛି । ଅନେକ ଚର୍ଚ୍ଚା ଭିତରେ ଭିକ୍କି-କ୍ୟାଟ୍ ବିବାହ ବନ୍ଧନରେ ବାନ୍ଧି ହୋଇ ଆଗକୁ ଏକ ନୂଆ ଜୀବନ ଗଢିବା ପାଇଁ ଆଗେଇଛନ୍ତି ।
The post ବିବାହ ପରେ ହଲଦୀର ଫଟୋ ସେୟାର କଲେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ first appeared on Sambad.
from ମନୋରଞ୍ଜନ | Sambad https://ift.tt/3ENvuSi
0 Comments