ମଞ୍ଜରୀରେ ଓଡିଆ ଗୀତକୁ ନେଇ ନୂଆ ରିଅଲିଟି ସୋ’ ‘ଓଡିଶା ସୁପର ସିଙ୍ଗର’

ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ପ୍ରଥମଥର ପାଇଁ କେବଳ ଓଡ଼ିଆ ଗୀତକୁ ନେଇ ଓଡ଼ିଶାର ଏକ ନୂଆ ମ୍ୟୁଜିକ ରିଅଲିଟି ସୋ’ ‘ଓଡ଼ିଶା ସୁପର ସିଙ୍ଗର’ ଆରମ୍ଭ କରୁଛି। ଏଥିରେ ଓଡ଼ିଶାର ୧୫ ବର୍ଷ ବୟସରୁ ଅଧିକ ବୟସର ପ୍ରତିଯୋଗୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ।

ସଙ୍ଗୀତ ପ୍ରତିଯୋଗିତାରେ ଭାଗନେବା ପାଇଁ ଓଡ଼ିଶାର ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ଏବଂ ରାଉରକେଲା ପରି ପାଞ୍ଚ‌ଟି ସ୍ଥାନରେ କଣ୍ଠପରୀକ୍ଷା କରାଯିବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ ପ୍ରଥମେ ନିଜର ଏକ ମିନିଟ୍‌ର ଗୀତ ଗାଉଥିବାର ଭିଡିଓ ହ୍ବାଟ୍‌ସଆପ୍ ନଂ-୮୦୯୩୦୯୦୬୦୬ରେ ପଠାଇବେ। ଏଥି ମଧ୍ୟରୁ ଯେଉଁ ପ୍ରତିଭାବାନ ପ୍ରତିଯୋଗୀଙ୍କୁ ଚୟନ କରାଯିବ ସେମାନଙ୍କୁ ନିର୍ଦ୍ଧାରିତ ତାରିଖ ଓ ଠିକଣାରେ ଅଡିସନ୍ ପାଇଁ ଯୋଗାଯୋଗ କରାଯିବ। ଏହା ସହିତ ପ୍ରତିଯୋଗୀମାନେ ଚାହିଲେ ନିର୍ଦ୍ଧାରିତ ତାରିଖରେ ଅଡିସନ୍ ହେବାକୁ ଥିବା ଠିକଣାରେ ମଧ୍ୟ ସେଠାରେ ପହଞ୍ଚି ନାମ ରେଜିଷ୍ଟ୍ରେସନ୍ କରିପାରିବେ।

ନିକଟରେ ‘ଓଡ଼ିଶା ସୁପର ସିଙ୍ଗର’ର ଏକ ପ୍ରୋମୋ ରିଲିଜ୍‌ ହୋଇଛି ଯେଉଁଥିରେ ଓଲିଉଡ୍‌ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବଂ ଗାୟକ ଅଭିଜିତଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି ଦାଶଙ୍କୁ ଦେଖିବାକୁ ମିଳିଛି। ଦୀପ୍ତିରେଖା, ଅନ୍ତରା ଏବଂ ଅଭିଜିତଙ୍କୁ ଏହି ରିଅଲିଟି ସୋ’ରେ ବିଚାରକ ଭାବେ ଏବଂ ତୃପ୍ତି ଦାଶଙ୍କୁ ମହାଗୁରୁ ଭାବେ ଦେଖିବାକୁ ମିଳିବ।

ଏହି ସୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବାକୁ ହେବ। ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକ ଆକର୍ଷଣୀୟ ଉପହାର ମିଳିବ। ଏଥି ସହିତ ମଞ୍ଜରୀ ମୁଭିଜ୍, ମ୍ୟୁଜିକ୍‌ ଭିଡିଓ, ରେଡିଓ ଚକଲେଟ୍, ଆମର ମ୍ୟୁଜିକ ଏବଂ ଓଡ଼ିଆୱାନ୍‌ ପରି ମଞ୍ଚରେ ଗୀତ ଗାଇବାର ସୁଯୋଗ ମିଳିବ।

The post ମଞ୍ଜରୀରେ ଓଡିଆ ଗୀତକୁ ନେଇ ନୂଆ ରିଅଲିଟି ସୋ’ ‘ଓଡିଶା ସୁପର ସିଙ୍ଗର’ first appeared on Sambad.

from ମନୋରଞ୍ଜନ | Sambad https://ift.tt/31jfyIF

Post a Comment

0 Comments