
ନୂଆଦିଲ୍ଲୀ: ‘ଇନ୍ଷ୍ଟାଗ୍ରାମ୍ ଷ୍ଟୋରି’ରେ ସମଗ୍ର ଶିଖ୍ ସମ୍ପ୍ରଦାୟଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଭାବେ ଅଭିହିତ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ମଶା ଭଳି ଜୋତାରେ ଦଳନ କରିଥିଲେ ବୋଲି ଦର୍ଶାଇଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।
ଉପରୋକ୍ତ ମନ୍ତବ୍ୟ ଦେଇଥିବା ଅଭିନେତ୍ରୀ କଙ୍ଗନାଙ୍କ ନାମରେ ‘ଦିଲ୍ଲୀ ଶିଖ୍ ଗୁରଦ୍ବାର ପରିଚାଳନା କମିଟି’ର ଅଧ୍ୟକ୍ଷ ତଥା ଅକାଳୀ ଦଳ ନେତା ମନଜୀନ୍ଦର୍ ସିଂହ ସିର୍ସା ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପ୍ରତିବାଦକୁ ରଣାୱତ୍ ଉଦ୍ଦେଶ୍ୟମୂଳକ ଭାବେ ଜାଣିଶୁଣି ‘ଖଲିସ୍ତାନୀ ଆନ୍ଦୋଳ’ ଭାବେ ଚିତ୍ରଣ କରିଛନ୍ତି।
ଗତକାଲି ‘ଇନ୍ଷ୍ଟାଗ୍ରାମ୍ ଷ୍ଟୋରି’ରେ ରଣାୱତ୍ କହିଥିଲେ, ଖଲିସ୍ତାନୀ ଆତଙ୍କବାଦୀମାନେ ଆଜି ସରକାରଙ୍କ ଉପରେ ଚାପ ପକାଉଥାଇ ପାରନ୍ତି। କିନ୍ତୁ, ଜଣେ ନାରୀଙ୍କୁ ଭୁଲନ୍ତୁ ନାହିଁ। କେବଳ ଜଣେ ମାତ୍ର ମହିଳା ପ୍ରଧାନମନ୍ତ୍ରୀ ସେମାନଙ୍କୁ ଜୋତାରେ ଦଳି ଦେଇଥିଲେ। ସେ ଦେଶବାସୀଙ୍କୁ ଯେତେ କଷ୍ଟ ଦେଇଥାଆନ୍ତୁ ପଛକେ, ନିଜ ଜୀବନ ବିନିମୟରେ ସେ ସେମାନଙ୍କୁ ମଶାଙ୍କୁ ଦଳନ କରିବା ଭଳି ଦଳନ କରିଥିଲେ। କିନ୍ତୁ, ଦେଶ ବିଭାଜନ କରାଇ ଦେଇନାହାନ୍ତି। ଆଜି ବି ସେମାନେ ତାଙ୍କ ନାମ ଶୁଣିଲେ ଥରି ଉଠୁଛନ୍ତି। ସେମାନଙ୍କ ପାଇଁ ସେଭଳି ଜଣେ ଗୁରୁ ଲୋଡ଼ା।
ଦିଲ୍ଲୀ ମନ୍ଦିର ମାର୍ଗ ଥାନାର ସାଇବର୍ ସେଲ୍ରେ ରଣାୱତ୍ଙ୍କ ନାମରେ ଉପରୋକ୍ତ ଅଭିଯୋଗ ଦାଏର କରାଯାଇଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ଗୁରଦ୍ବାର କମିଟି କହିଛି, ଶିଖ୍ ସମ୍ପ୍ରଦାୟ ବିପକ୍ଷରେ ଅଭିନେତ୍ରୀ ଆପତ୍ତିଜନକ ଓ ଅପମାନଜନକ ଭାଷା ପ୍ରୟୋଗ କରିଛନ୍ତି।
The post ଇନ୍ଦିରା ଗାନ୍ଧୀ ଖଲିସ୍ତାନୀଙ୍କୁ ମଶା ଭଳି ଦଳନ କଲେ କହିବାରୁ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କଲା ଦିଲ୍ଲୀ ଶିଖ୍ ସଙ୍ଗଠନ first appeared on Sambad.from ମନୋରଞ୍ଜନ | Sambad https://ift.tt/3x4E7EY
0 Comments