ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା

ଭୁବନେଶ୍ବର: ‘ଏସିପି ସାଗରିକା’, ‘କେହି ନୁହେଁ କାହାର’, ‘ଚୁପ୍ ଚୁପ୍ ଚୋରି ଚୋରି’, ‘କଥା ଦେଲି ମଥା ଛୁଇଁ’, ‘ଚୁପ୍ ଚୁପ୍ ଚୋରି ଚୋରି’, ‘କଥା ଦେଲି ମଥା ଛୁଇଁ ଏବଂ ‘କଟି ପତଙ୍ଗ’ ଆଦି ସିନେମାର ନାୟକ ଅଭିଷେକ ଏବେ ତାଙ୍କର ଆଗାମୀ ସିନେମାକୁ ନେଇ ବ୍ୟସ୍ତ। ପଙ୍କଜ ରାଉତଙ୍କ ପ୍ରଯୋଜିତ ଏହି ଛବିର ଶୀର୍ଷକ ହେଲା ‘ଭାବେ ସିନା କହିପାରେନା’। ପଙ୍କଜ ରାଉତଙ୍କର ଏହା ହେଉଛି ଦ୍ୱିତୀୟ ଓଡ଼ିଆ ଛବି। ଏହା ପୂର୍ବରୁ ପଙ୍କଜ ରାଉତ ‘ଦେଲେ ଧରା କଥା ସରେ’ ଟାଇଟଲରେ ଏକ ଫିଲ୍ମର ପ୍ରଯୋଜନା କରିଥିଲେ, ଯେଉଁଥିରେ ମହାଶ୍ବେତା, ଅଜିତ ଦାସ, ଜ୍ୟୋତି, ମାଳବିକା ଓ ମୀନକେତନ ପ୍ରମୁଖ ଅଭିନୟ କରିଥିଲେ।

‘ଭାବେ ସିନା କହିପାରେନା’ ଜରିଆରେ ବଡ଼ ପରଦାକୁ ଆସୁଛନ୍ତି ଟେଲି ନାୟିକା ଅର୍ଚ୍ଚିତା ମହାନ୍ତି।ସେ ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍ (ଇଏମ୍ଇ) ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଥିବା ‘ତୁ ଭାରି ବିଉଟିଫୁଲ୍’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଏଥିରେ ସେ ନାୟକ ଜ୍ୟୋତିଙ୍କ ସହ ଦେଖା ଦେଇଥିଲେ।। ତାଙ୍କୁ ଦର୍ଶକ ତରଙ୍ଗ ଚାନେଲରେ ପ୍ରସାରିତ ‘ତୋ’ ଆଖି ମୋ’ ଆଇନା’ରେ ଖୁବ୍ ପସନ୍ଦ କରିଥିଲେ।

ଅଭିଷେକ-ଅର୍ଚ୍ଚିତାଙ୍କ ଯୋଡ଼ିକୁ ନେଇ ନିର୍ମିତ ‘ଭାବେ ସିନା କହିପାରେନା’ର ନିର୍ଦେଶନା ଦେଉଛନ୍ତି ବରିଷ୍ଠ ଅଭିନେତା ଅସିତ ପତି। ଏଥିରେ ଅସିତଙ୍କୁ ବି କେନ୍ଦ୍ରୀୟ ଭୂମିକାରେ ଦେଖିବାକୁ ମିଳିବ। ଚିନ୍ମୟ ଦାସ ପଟ୍ଟନାୟକ ଏହାର ସଂଳାପ ରଚନା କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ବି ଦେଇଛନ୍ତି। ଏହା ଏକ ଭିନ୍ନ ସ୍ୱାଦର କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି।

The post ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା first appeared on Sambad.

from ମନୋରଞ୍ଜନ | Sambad https://ift.tt/3oVeW3N

Post a Comment

0 Comments