ବିବାହ ବନ୍ଧନରେ ବାନ୍ଧି‌ ହେଲେ ରାଜକୁମାର-ପତ୍ରଲେଖା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି‌ ହେଲେ ବଲିଉଡର ଚର୍ଚ୍ଚିତ ଯୋଡ଼ି ରାଜକୁମାର-ପତ୍ରଲେଖା। ଗତକାଲି ଚଣ୍ଡିଗଡ଼ରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ଜନ୍ମ ଜନ୍ମ ପାଇଁ ପତ୍ରଲେଖାଙ୍କ ହାତ ଧରିଛନ୍ତି ଅଭିନେତା ରାଜକୁମାର ରାଓ।

 

View this post on Instagram

 

A post shared by 🌸 Patralekhaa 🌸 (@patralekhaa)

ଦୁହିଁଙ୍କ ବିବାହ ସମୟର କିଛି ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ପତ୍ରଲେଖା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଛି। ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି।

 

View this post on Instagram

 

A post shared by RajKummar Rao (@rajkummar_rao)

ଉଲ୍ଲେଖଯୋଗ୍ୟ, ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ସିଟି ଲାଇଟସରେ ଦୁହେଁ ଅଭିନୟ କରିଥିବା ବେଳେ ଏହି ଫିଲ୍ମ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଳା। ତେବେ ପତ୍ରଲେଖା ପ୍ରଥମେ ରାଜକୁମାରଙ୍କୁ ଲଭ, ସେକ୍ସ ଓର ଧୋକା ଫିଲ୍ମରେ ଦେଖିଥିବା ବେଳେ ରାଜକୁମାର ପତ୍ରଲେଖାଙ୍କୁ ଏକ ବିଜ୍ଞାପନରେ ଦେଖିଥିଲେ। ବିଜ୍ଞାପନରେ ଦେଖିବା ପରେ ପତ୍ରଲେଖାଙ୍କୁ ବିବାହ କରିବା ପାଇଁ ରାଜକୁମାର ମନେ ମନେ ଭାବିସାରିଥିଲେ ବୋଲି କହିଛନ୍ତି।

The post ବିବାହ ବନ୍ଧନରେ ବାନ୍ଧି‌ ହେଲେ ରାଜକୁମାର-ପତ୍ରଲେଖା, ଭାଇରାଲ ହେଲା ଫଟୋ first appeared on Sambad.

from ମନୋରଞ୍ଜନ | Sambad https://ift.tt/30x1oDC

Post a Comment

0 Comments