
ନୂଆଦିଲ୍ଲୀ: ରୋହିତ ସେଟ୍ଟୀଙ୍କ ନାମ ବଲିଉଡର ନାମୀ ନିର୍ଦ୍ଦେଶକଙ୍କ ତାଲିକାରେ ସାମିଲ ରହିଛି। ଚଳଚ୍ଚିତ୍ରରେ ତାଙ୍କର ଆକ୍ସନ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ। ରୋହିତ ଆଜି ବଡ଼ବଡ଼ ତାରକାଙ୍କ ସହ କାମ କରୁଛନ୍ତି, ଏହି ସ୍ଥାନରେ ପହଞ୍ଚିବା ପାଇଁ ରୋହିତଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି।
ନିଜର ଏହି ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇ ରୋହିତ ସେଟ୍ଟୀ କହିଛନ୍ତି, ଯେତେବେଳେ ସେ କାମ ଆରମ୍ଭ କରିଥିଲେ ସେତେବେଳେ ସେ ୩୫ ଟଙ୍କା ବେତନ ପାଉଥିଲେ। ସିନେମା ସେଟକୁ ଯିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ସେ ପାଦରେ ଚାଲିଚାଲି ଯାଉଥିଲେ। ସୁଟିଂ ସେଟରେ ପହଞ୍ଚିବା ପାଇଁ ଦୁଇଘଣ୍ଟା ସମୟ ଲାଗି ଯାଇଥାଏ। ସମୟରେ ସମୟରେ ଖାଇବା ଓ ଯାତ୍ରା କରିବା ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିଥାଏ ତାଙ୍କୁ। କାରଣ ଖାଇ ଦେଲେ ଯାତ୍ରା କରିବାକୁ ଟଙ୍କା ନଥାଏ, କି ଯାତ୍ରା କରି ଦେଲେ ଖାଇବାକୁ ଟଙ୍କା ବଳୁ ନଥିଲା ରୋହିତଙ୍କ ପାଖରେ।
୨୦୦୩ ମସିହାରେ ଅଭିନେତା ଅଜୟ ଦେବଗନଙ୍କୁ ନେଇ ରୋହିତ ସେଟ୍ଟୀ ଫିଲ୍ମ ‘ଜମିନ୍’ ନିର୍ମାଣ କରିଥିଲେ। ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା । ଏହା ପରେ ସେ ୨୦୦୬ ମସିହାରେ ‘ଗୋଲମାଲ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏହି କମେଡି ଚଳଚ୍ଚିତ୍ର ହିଟ୍ ହୋଇଗଲା । ଏହା ପରେ ରୋହିତ ସେଟ୍ଟୀ କେବେ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସଫଳ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଚାଲିଥିଲେ ।
The post ମାସକୁ ୩୫ଟଙ୍କା ଦରମା ପାଉଥିବା ବେଳେ ଚାଲିଚାଲି ସୁଟିଂ ସେଟକୁ ଯାଉଥିଲେ ରୋହିତ ସେଟ୍ଟୀ first appeared on Sambad.
from ମନୋରଞ୍ଜନ | Sambad https://ift.tt/3o6ICMg
0 Comments