ମହାବାହୁର ମହାନାୟକ

ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ଏବଂ ଅନ୍ଧବିଶ୍ୱାସକୁ ନେଇ ପର୍ଯ୍ୟବସିତ କାହାଣୀ ‘ମହାବାହୁ’। ଆର୍‌ଆର୍‌ ଇଭେଣ୍ଟ୍‌ ପ୍ରଡକ୍ସନ୍‌ ନିବେଦିତ ଏବଂ ରମେଶ ବାରିକ ପ୍ରଯୋଜିତ ଚଳଚ୍ଚିତ୍ର ‘ମହାବାହୁ’ର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀତମ ଦାସ। ଏହାର ନାୟକ ଭୂମିକାରେ ଆକାଶ ଥିବାବେଳେ ନାୟିକା ଭୂମିକାରେ ଅଛନ୍ତି ପୁନମ। ଏଥିରେ ହାସ୍ୟାଭିନେତା ହରିହର ମହାପାତ୍ର, ଉଷସୀ ମିଶ୍ର, ଲିପାକ୍ଷୀ ଦାସ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ଥିବାବେଳେ ଏହାର ଖଳନାୟକ ବା ମହାନାୟକ ଭୂମିକାରେ ଅଛନ୍ତି ତପି ମିଶ୍ର।

ପୂର୍ବରୁ ‘ଦେଖା ହେଲା ପ୍ରେମ ହେଲା’, ‘ଇନ୍ଦ୍ରଜାଲ’, ‘ଦିଲରେ ଅଛି ତୋରି ନାଁ’ ଏବଂ ‘ମା ସମଲେଶ୍ବରୀ’ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଅବତାରରେ ଅବତୀର୍ଣ୍ଣ ହେଇଥିବା ଅଭିନେତା ତପି ମିଶ୍ର ଏବେ ‘ମହାବାହୁ’ରେ ଭୟଙ୍କର ଅବତାରରେ ଉଭା ହେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକଙ୍କର ଅଭାବ ଥିବାବେଳେ ତପି ମିଶ୍ର ଏବେ ନିର୍ମାତା-ନିର୍ଦ୍ଦେଶକ ତଥା କାହାଣୀକାରଙ୍କ ପାଇଁ ଭିନ୍ନ ଅବଲମ୍ବନ ହେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।

The post ମହାବାହୁର ମହାନାୟକ first appeared on Sambad.

from ମନୋରଞ୍ଜନ | Sambad https://ift.tt/3xDYOI3

Post a Comment

0 Comments