ସାମ୍ନାକୁ ଆସିଲା କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବାହାଘରରେ ବରଯାତ୍ରୀଙ୍କ ତାଲିକା

ମୁମ୍ବାଇ: ବଲିଉଡରେ ଏବେ ସମସ୍ତଙ୍କ ନଜର କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉପରେ। ଏହି ବିବାହକୁ ନେଇ ଅନେକ ଖବର ଆସୁଥିବାବେଳେ ଭିକ୍କିଙ୍କ ପକ୍ଷରୁ ବରଯାତ୍ରୀ କିଏ ହେବେ ଏନେଇ ତାଲିକା ପ୍ରକାଶ ପାଇଛି। ତେବେ ତାଲିକାର ଶୀର୍ଷରେ ଅଛନ୍ତି ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍।

ତାଙ୍କ ବରଯାତ୍ରୀରେ ପ୍ରଥମ ଅତିଥି ଭାବେ ଶଶାଙ୍କଙ୍କ ନାଁ ଆଗରେ ଥିବା ସୁନିଶ୍ଚିତ କରିଛନ୍ତି ଭିକି। ଏହା ସହ ଦୁହିଁଙ୍କ ଘନିଷ୍ଠ ବନ୍ଧୁ କରଣ ଜୋହର ମଧ୍ୟ ସେଠାରେ ରହିବେ। ନିର୍ଦ୍ଦେଶକ ଫରାହ ଖାନ ଏବଂ ଜୋୟା ଅଖତର ମଧ୍ୟ ଯୋଗ ଦେବେ। ଏହାସହ କବୀର ଖାନ, ରୋହିତ ସେଟ୍ଟୀ, ସଦ୍ଧାର୍ଥ ମାଲହୋତ୍ରା, କିୟାରା ଆଡଭାନୀ, ବରୁଣ ଧଓ୍ୱନ ଓ ଅଲି ଆବାସଙ୍କ ଭଳି ସେଲିବ୍ରିଟି ସାମିଲ ହେବେ ।

ରାଜସ୍ଥାନର ସୱାଇ ମାଧୋପୁରରେ ସୁନ୍ଦର, ୧୪ ତମ ଶତାବ୍ଦୀର ଦୁର୍ଗରେ ପାରମ୍ପାରିକ ପଞ୍ଜାବୀ ରୀତିରେ ବିବାହ ଅନୁଷ୍ଠିତ ହେବ। ଏହି ଦୁର୍ଗରେ ଦୁଇଟି ପ୍ରାସାଦ ଏବଂ ଦୁଇଟି ମନ୍ଦିର ସହିତ, ସିକ୍ସ ସେନ୍ସ ରିସର୍ଟ ଏବଂ ସ୍ପାରେ ପରିଣତ ହୋଇଛି ଯେଉଁଥିରେ ବାରୱାରା ହ୍ରଦ ମଧ୍ୟ ଅଛି ଏବଂ ଏହି ଦମ୍ପତି ସେମାନଙ୍କର ଆଗାମୀ ବିବାହ ପାଇଁ ସମଗ୍ର ରିସର୍ଟ ବୁକ୍ କରାଯାଇଛି।

କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ଡିସେମ୍ବର ୯ ରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଡିସେମ୍ବର ୭ ଏବଂ ୮ ରେ ନିର୍ବନ୍ଧ, ମେହେନ୍ଦୀ ଏବଂ ସଂଗୀତ ସମାରୋହ ଅନୁଷ୍ଠିତ ହେବ। ଏହା ଉଭୟ ପାରମ୍ପରିକ ଏବଂ ଆଧୁନିକ ଢଙ୍ଗରେ ଆୟୋଜିତ ହେବ। ଏହି ବିବାହ ଉତ୍ସବକୁ ଜୀବନର ସବୁଠୁ ମୂଲ୍ୟବାନ୍ ସଂପତ୍ତି ଭାବେ ସାଇତି ରଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ଭିକି ଓ କ୍ୟାଟ୍ରିନା ।

 

The post ସାମ୍ନାକୁ ଆସିଲା କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବାହାଘରରେ ବରଯାତ୍ରୀଙ୍କ ତାଲିକା first appeared on Sambad.

from ମନୋରଞ୍ଜନ | Sambad https://ift.tt/3FZpq9z

Post a Comment

0 Comments