ନୂଆଦିଲ୍ଲୀ: ଲତା ମଙ୍ଗେଶକରଙ୍କ ‘ଏକ ପ୍ୟାର କା ନାଗମା ହେ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିୟାଙ୍କ ସହ ଗୀତ ଗାଇସାରିଥିବା ରାନୁ ମଣ୍ଡଳ ଏବେ ଏକ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି। କିିଛି ଦିନର ବ୍ୟବଧାନ ପରେ ତାଙ୍କୁ ଏହି ଅଫର ମିଳିଛି। ତେବେ ଅଫରଟି ବଲିଉଡରୁ ନୁହେଁ ବରଂ ବାଂଲାଦେଶରୁ ମିଳିଥିବା ଜଣାପଡ଼ିଛି| ବାଂଲାଦେଶ ଫିଲ୍ମ ଷ୍ଟାର ହିରୋ ଆଲୋମଙ୍କ ଦ୍ୱାରା ନିର୍ମିତ ଦୁଇଟି ଭିନ୍ନ ଚଳଚ୍ଚିତ୍ର ପାଇଁ ରାନୁ ମଣ୍ଡଳଙ୍କୁ ଗଗୀତ ଗାଇବାକୁ ପ୍ରସ୍ତାବ ଦିଆଯାଇଥିବା ନେଇ ବାଂଲାଦେଶୀ ଫିଲ୍ମ ଷ୍ଟାର ହିରୋ ଆଲାମ ସୋସିଆଲ ମିଡିଆରେ ନିଶ୍ଚିତ କରିଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିବା ଆରମ୍ଭ କରିଛନ୍ତି। ରାନୁ ପୁଣି ଥରେ ଲାଇମଲାଇଟକୁ ଫେରନ୍ତୁ ବୋଲି କିଛି ଲୋକ ଚାହୁଁଥିବା ବେଳେ କିଛି ଲୋକ ତାଙ୍କୁ ଟ୍ରୋଲ୍ କରିବା ଛାଡି ନାହାଁନ୍ତି।
ଉଲ୍ଲେଖଯୋଗ୍ୟ, ରେଳ ଷ୍ଟେସନରେ ବସି ଲତା ମଙ୍ଗେଶକରଙ୍କ ‘ଏକ ପ୍ୟାର କା ନାଗମା ହେ’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବା ପରେ ପ୍ରଥମେ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ ହିମେଶ ରେସମିୟା। ହେଲେ ହିମେଶ ରେସମିୟାଙ୍କ ତେରି ମୋରି ଗୀତ ଗାଇବା ପରେ ତାଙ୍କୁ ଅନ୍ୟ କୌଣସି ଅଫର ନମଳିବାରୁ ସେ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରିଯାଇଥିଲେ। ହେଲେ ଏବେ ପୁଣି ତାଙ୍କୁ ନିଜ କଳା ଦେଖାଇବାର ସୁଯୋଗ ଦେଇଛନ୍ତି ବାଂଲାଦେଶୀ ଫିଲ୍ମ ଷ୍ଟାର ହିରୋ ଆଲାମ।
The post ପୁଣି ଚମକିବେ ରାନୁ: ଦୁଇଟି ଫିଲ୍ମରେ ଗୀତ ଗାଇବା ନେଇ ମିଳିଲା ଅଫର first appeared on Sambad.from ମନୋରଞ୍ଜନ | Sambad https://ift.tt/3cxBAcZ
0 Comments