
ତାପସୀ ଓ ପ୍ରତୀକ ଏକାଠି ହେଲେ। ଶୁଣିବା ଲୋକଙ୍କୁ ଚକିତ ଲାଗିପାରେ, କିନ୍ତୁ ଏ ଦୁହେଁ ‘ଓ୍ୱ ଲଡ୍କୀ ହୈ କହାଁ?’ ଚଳଚ୍ଚିତ୍ରରେ ଏକାଠି ହେଇଛନ୍ତି। ଆଦିତ୍ୟ ରୟ କପୁରଙ୍କ ଫିଲ୍ମ କେତେ ପ୍ରକାର କାହାଣୀକୁ ଅଧାର କରି ହେଇଥାଏ। ପୁଣି ସେ ନୂଆ ଯୋଡ଼ିଙ୍କୁ ନେଇ ପରୀକ୍ଷା କରନ୍ତି। ଆରଶାଦ ସୟଦଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ ଏଇ ସିନେମାରେ ପ୍ରତୀକ ଗାନ୍ଧୀଙ୍କ ବିପକ୍ଷର ନାୟିକା ସାଜିଛନ୍ତି ତାପସୀ ପନ୍ନୁ। ଏହାପୂର୍ବରୁ ଅବଶ୍ୟ ତାପସୀ ଏମିତି କୌଣସି ସିରିୟସ୍ କମେଡ଼ି କାହାଣୀର ନାୟିକା ସାଜି ନ ଥିଲେ। ଅଭିନେତା ପ୍ରତୀକ ସ୍କାମ-୧୯୯୨ରେ ଅଭିନୟ କରି ବେଶ୍ ପରିଚିତ ହେଇଥିଲେ।
ଶୁଣାଯାଉଛି ଏହା ଏକ ଜଙ୍ଗଲୀ କାହାଣୀ। ଜଙ୍ଗଲ ଭିତରେ ବ୍ୟଙ୍ଗ ଚରିତ୍ରମାନଙ୍କ ବଦମାସି ଦେଖିବାକୁ ମିଳିବ ବୋଲି ନିଜେ ପ୍ରଯୋଜକ ସିଦ୍ଧାର୍ଥ ଘୋଷଣା କରିଛନ୍ତି। ଏହାର ଅଧିକାଂଶ ଦୃଶ୍ୟ ପଶ୍ଚିମବଙ୍ଗରେ ସୁଟ୍ ହେବ ବୋଲି ଜଣାପଡ଼ିଛି। ଆଦିତ୍ୟ ଏହା ଭିତରେ ‘ବଧାଇ ଦୋ’ ଓ ‘ଡକ୍ଟର ଜି’ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି। ୟଶରାଜ ଫିଲ୍ମସର ସିଇଓ ଅମ୍ରିତା କହିଛନ୍ତି- ଆରଶାଦ ଏମିତି ଏକ କୌତୂହଳପ୍ରଦ କାହାଣୀ ଲେଖିଛନ୍ତି ଯାହା ଚଳଚ୍ଚିତ୍ର ଜଗତରେ ଚହଳ ସୃଷ୍ଟି କରିବ। ଏହି କାହାଣୀକୁ ନେଇ ପ୍ରତୀକ ଗାନ୍ଧୀ ଓ ତାପସୀ ପନ୍ନୁଙ୍କ ପରି କଳାକାର ଯେ ରାଜି ହେବେ ଏହା ଅାଶା କରାଯାଉନଥିଲା। ସେମାେନ ରାଜି ହେବାରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।
The post ଓ୍ୱ ଲଡ୍କୀ ହୈ କହାଁ? ଚଳଚ୍ଚିତ୍ରରେ ଏକାଠି ହେଲେ ତାପସୀ ଓ ପ୍ରତୀକ first appeared on Sambad.from ମନୋରଞ୍ଜନ | Sambad https://ift.tt/30r5zRx
0 Comments