
ନୂଆଦିଲ୍ଲୀ: ଭାଇ-ଭଉଣୀର ପବିତ୍ର ସମ୍ପର୍କ ରାଖୀ ପୂର୍ଣ୍ଣିମାକୁ ଆଜି ପୂରା ଦେଶରେ ପାଳନ କରାଯାଇଛି। ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂହ କିର୍ତ୍ତୀ ନିଜ ଭାଇଙ୍କୁ ମନେ ପକାଇଛନ୍ତି। ସେ ପିଲାଦିନରେ ତାଙ୍କ ଭାଇ ସୁଶାନ୍ତଙ୍କ ସହ ଉଠାଇଥିବା ଏକ ଫଟୋ ସେୟାର କରିଛନ୍ତି। ପିଲାଟି ଦିନରୁ ଏକମାତ୍ର ଭାଇକୁ ପ୍ରତିବର୍ଷ ରାଖୀ ବାନ୍ଧି ଆସୁଥିବା ଶ୍ବେତାଙ୍କ ଉପରେ ରାଖୀ ପୂର୍ଣ୍ଣିମାରେ କ’ଣ ବିତୁଥିବ ତାହା ସହଜରେ ଅନୁମାନ କରାଯାଇ ପାରୁଛି।
ପିଲାଦିନର ଏହି ଫଟୋରେ ସୁଶାନ୍ତ ନିଜ ଭଉଣୀ ସହିତ ବହୁତ ଖୁସି ଥିବା ନଜର ଆସୁଛନ୍ତି। ଭାଇ ସୁଶାନ୍ତ ସହିତ ଶ୍ବେତା ଲେଖିଛନ୍ତି, ଲଭ ୟୁ ଭାଇ, ଆମେ ସର୍ବଦା ସାଥୀ ହୋଇ ରହିବା। # ଗୁଡ଼ିଆ ଗୁଲସାନ ।
View this post on Instagram
ଶ୍ବେତାଙ୍କ ଏହି ପୋଷ୍ଟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ବହୁତ ମନେ ପଡ଼ୁଛ ସୁଶାନ୍ତ। ଆମେ ଆପଣଙ୍କୁ କେବେ ବି ଭୁଲି ପାରିବୁ ନାହିଁ। ତୁମେ ଆମ ହୃଦୟରେ ସର୍ବଦା ଜୀବିତ ରହିବ।
The post ରାଖୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କୁ ମନେ ପକାଇ ଏଭଳି କଥା ଲେଖିଲେ ଭଉଣୀ ଶ୍ବେତା first appeared on Sambad.from ମନୋରଞ୍ଜନ | Sambad https://ift.tt/3mo67QH
0 Comments