୧୦ ଦିନ ପରେ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଦିଲୀପ କୁମାର

ନୂଆଦିଲ୍ଲୀ : ଅଭିନେତା ଦିଲୀପ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶ୍ବାସକ୍ରିୟାରେ କଷ୍ଟ ହେବାରୁ ଗତକାଲିଠାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ରୁ ଡିସଚାର୍ଜ ହେବାର ୧୦ ଦିନ ପରେ ସେ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ୯୮ ବର୍ଷୀୟ ଦିଲୀପ ଏବେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। କୁମାର ପୂର୍ବରୁ ହିନ୍ଦୁଜା ହସ୍ପିଟାଲ୍‌ରେ ଗତ ୬ ତାରିଖରେ ଆଡମିଟ୍‌ ହୋଇଥିଲେ। ପୂର୍ବଥର ମଧ୍ୟ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହିନ୍ଦୁଜାରେ ଚିକିତ୍ସା କରାଯାଇଥିଲା।

The post ୧୦ ଦିନ ପରେ ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଦିଲୀପ କୁମାର first appeared on Sambad.

from ମନୋରଞ୍ଜନ | Sambad https://ift.tt/3xd5SdF

Post a Comment

0 Comments