ନିଶ୍ବାସ ନେବାରେ ହେଲା ଅସୁବିଧା; ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର

ମୁମ୍ୱାଇ: ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଆଜି ସକାଳ ୮.୩୦ରେ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପ କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଡାକ୍ତରଙ୍କ ନୀରିକ୍ଷଣରେ ରହିଛି।

 

ଗତ ମାସରେ ବି ଦିଲ୍ଲୀପ କୁମାର ରୁଟିନ ଚେକଅପ ପାଇଁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ସ୍ତ୍ରୀ ସାୟରା ବାନୁ କହିଥିଲେ। ରିପୋର୍ଟ ଠିକ ଆସିବା ପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରୁ ଛୁଟି କରାଯାଇଥିଲା।

The post ନିଶ୍ବାସ ନେବାରେ ହେଲା ଅସୁବିଧା; ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର first appeared on Sambad.

from ମନୋରଞ୍ଜନ | Sambad https://ift.tt/3in4v7E

Post a Comment

0 Comments