
ଅକ୍ଷୟ କୁମାରଙ୍କ ଅଭିନୀତ ସ୍ପାଇ ଥ୍ରଲର୍ ଫିଲ୍ମ ‘ବେଲ୍ ବଟମ୍’କୁ ନେଇ ଏବେ ଟଣାଓଟରା ଆରମ୍ଭ ହେଇଯାଇଛି। ପ୍ରଥମେ ଏହା ସିନେମା ଘରେ ମୁକ୍ତିଲାଭ କରିବ ବୋଲି ଶୁଣାଯାଉଥିଲା। ଏହା ସାଙ୍ଗକୁ ଅଗଷ୍ଟ ପନ୍ଦର ୱିକେଣ୍ଡ୍ ବେଳକୁ ଏହି ମୁଭିଟି ଡିଜିଟାଲ ପାର୍ଟନର ଆମାଜନ ପ୍ରାଇମ୍ ଭିଡିଓରେ ମଧ୍ୟ ରିଲିଜ୍ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ପ୍ରଥମେ ସିନେମା ଘରେ ମୁକ୍ତିଲାଭ କରିଥିଲେ ୧୪ରୁ ୧୭ ଦିନ ମଧ୍ୟରେ ଏହା ବକ୍ସ ଅଫିସ୍ରୁ ଭଲ ଆୟ କରିପାରିଥାନ୍ତା। କିନ୍ତୁ ସିନେମା ଘର ଓ ଆମାଜନ ମଧ୍ୟରେ ଚାଲିଥିବା ଏଇ ଗଣିତକୁ ହଠାତ୍ ଏନଜିବିଟର୍ସମାନେ ଜାଣିପାରିଥିଲେ।
ଏ ସମ୍ପର୍କରେ ଏନଜିବିଟର୍ସଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଆମେ ଏ ବାବଦରେ ପ୍ରଯୋଜକ ତଥା ତାଙ୍କର ପୂରାଟିମ୍ ସହିତ ସବିଶେଷ ଆଲେଚନା କରିବୁ। ସିନେମା ଘରେ ମୁକ୍ତିଲାଭ କଲେ ପ୍ରେକ୍ଷାଳୟ ଭଳି ବ୍ୟବସାୟିକ ଲାଭ ମିଳିବନି। କାରଣ ସିନେମା ଘରର ଅବସ୍ଥା ଭଲନାହିଁ। ଯଦି କୌଣସି ସିନେମା ଦୁଇ ସପ୍ତାହ ମଧ୍ୟରେ ଡିଜିଟାଲ ପ୍ରିମିୟର୍ ହେଇଯାଏ ତେବେ ଦର୍ଶକ ଆଉ ସିନେମା ହଲକୁ କାହିଁକି ଆସିବେ? ଯଦି ସିଙ୍ଗଲ ସ୍କ୍ରିନରେ ସିନେମାଟି ରିଲିଜ୍ କରିବ, ତେବେ କୌଣସି ଆପତ୍ତି ନାହିଁ। ଏଥିରେ ପୁଣି ଜାତୀୟ ସ୍ତରରେ ବିତରଣ ଦାୟିତ୍ବରେ ଥିବ ମଲ୍ଟିପ୍ଲେକ୍ସ କମ୍ପାନିମାନେ ‘ବେଲ୍ ବଟମ୍’ ଟିମ୍ କରିଥିବା ଚୁକ୍ତି ଆଗରେ ମଧ୍ୟ ମୁଣ୍ଡ ନୁଆଉଁନାହାନ୍ତି। ସେମାନେ ମାତ୍ର ୨୦ ଦିନ ଭିତରେ ସିନେମାଟିକୁ ଓଟିଟି ପ୍ଲାଟଫର୍ମକୁ ଛାଡ଼ିଦେଉଛନ୍ତି। ସେମାନେ ପୁଣି ସିନେମାଟିକୁ ଅତି କମରେ ୨୮ ଦିନ ପର୍ଯ୍ୟନ୍ତ ଓଟିଟି ପ୍ଲାଟଫର୍ମରେ ରଖିବାକୁ ବାଧ୍ୟ କରୁଛନ୍ତି। ଯଦି ‘ବେଲ୍ ବଟମ୍’ ଟିମ୍ ସେମାନଙ୍କ ଚୁକ୍ତି ସହ ଏକମତ ନ ହୁଅନ୍ତି ତେବେ ଏଇ ଚଳଚ୍ଚିତ୍ରଟିକୁ ମଲ୍ଟିପ୍ଲେକ୍ସରେ ରିଲିଜ୍ କରିବାର ସୁଯୋଗ ମିଳିବନି।
ପୂର୍ବରୁ ମଲ୍ଟିପ୍ଲେକ୍ସ ଓ ବେଲ୍ ବଟମ୍ ଟିମ୍ ମଧ୍ୟରେ ଭଲ ବୁଝାମଣା ହେଇଥିଲା ବୋଲି ଶୁଣାଯାଉଥିଲା, ହେଲେ ଏବେ ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଅଶି ଦଶକର ଏକ ବାସ୍ତବ କାହାଣୀ ଉପରେ ଅଧାରିତ ‘ବେଲ୍ ବଟମ୍’ ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବାଣୀ କପୁର, ଲାରା ଦତ୍ତା ଏବଂ ହୁମା କ୍ୟୁରେସିଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ।
The post କେଉଁଠି ରିଲିଜ୍ ହେବ ‘ବେଲ୍ ବଟମ୍’ first appeared on Sambad.from ମନୋରଞ୍ଜନ | Sambad https://ift.tt/3jjVNYr
0 Comments