
ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ ଓ ‘ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରି’ ଚଳଚ୍ଚିତ୍ର ଫେମ୍ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ରଜ ଅବସରରେ ଅନେକ ପ୍ରଶଂସକ ମନେପକେଇଛନ୍ତି। ଗତବର୍ଷ ପହିଲି ରଜ ଦିନ ଅର୍ଥାତ୍ ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ଦେହାନ୍ତ ହେଇଥିଲା। ସୁଶାନ୍ତଙ୍କୁ ମନେପକାଇ ଅନେକ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେମାନଙ୍କ ଭିତରେ ‘କେଦାରନାଥ’ର ନାୟିକା ସାରା ଅଲ୍ଲୀ ଖାନ୍ଙ୍କ ଶ୍ରଦ୍ଧାଞ୍ଜଳି ଅତ୍ୟନ୍ତ ମର୍ମସ୍ପର୍ଶୀ ହେଇଛି। ସାରା କହିଛନ୍ତି, ‘କୌଣସି ପରାମର୍ଶ ହେଉ କି ସାହାଯ୍ୟ ଅଥବା ମୋ ବିଶାଦଗ୍ରସ୍ତ ସମୟରେ ଯିଏ ଟିକିଏ ହସ ଦେଇ ମୋତେ ଖୁସି ଓ ସତେଜ କରିଥିଲେ, ସେ ହେଉଛନ୍ତି ସୁଶାନ୍ତ। ତୁମେ ଯାଇଛ କି ଅଛ, କିଛି ବି ମୁଁ ବିଶ୍ବାସ କରିପାରୁନି, ଭାବୁଛି ତୁମେ ଆକାଶର ସୂର୍ଯ୍ୟ ଅଥବା ଚନ୍ଦ୍ରମା ହେଇ ଝଟକୁଛ। ସୁଶାନ୍ତ ତୁମେ ସବୁବେଳେ ମୋ ଆଖି ପଲକରେ ଅଛ’। ସାରା ‘କେଦାରନାଥ’ ସୁଟିଂ ସମୟର କିଛି ଫଟୋ ମଧ୍ୟ ନିଜ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି।
କାଇ ପୋ ଚେ, ଶୁଦ୍ଧ ଦେଶୀ ରୋମାନ୍ସ, ପିକେ, ଡିଟେକ୍ଟିଭ୍ ବ୍ୟେମୋକେଶ ବକ୍ସି, ରବତା, ୱେଲକମ୍ ଟୁ ନ୍ୟୁୟର୍କ, କେଦାରନାଥ, ସଞ୍ଚିରିୟା, ଛିଛୋରେ, ଡ୍ରାଇଭ୍ ଓ ଦିଲ୍ ବେଚାରା ଭଳି ଅଳ୍ପ କିଛି ଚଳଚ୍ଚିତ୍ରରେ ଅଭିନୟ କରି ମଧ୍ୟ ଖୁବ୍ ଅଳ୍ପଦିନ ଭିତରେ ବଲିଉଡରେ ସୁଶାନ୍ତଙ୍କ ଲୋକପ୍ରିୟତା ବଢ଼ି ଯାଇଥିଲା। ହେଲେ କେଉଁ ଏକ ଅଜଣା କାରଣରୁ ସୁଶାନ୍ତଙ୍କ ଭଳି ଉଦୀୟମାନ ଅଭିନେତାଙ୍କର ମୃତ୍ୟୁ ଘଟିଲା ଯେ ଏହା କେବଳ ସିନେମା ଇଣ୍ଡଷ୍ଟ୍ରି କି ଦର୍ଶକଙ୍କୁ ନୁହେଁ, ବରଂ ପ୍ରତ୍ୟେକ ଦେଶବାସୀଙ୍କୁ ମର୍ମାହତ କରିଛି।
The post ରଜରେ ମନେପଡ଼ିଲେ ରାଜପୁତ୍ first appeared on Sambad.from ମନୋରଞ୍ଜନ | Sambad https://ift.tt/3zA0CSO
0 Comments