
ନୂଆଦିଲ୍ଳୀ: ବଲିଉଡ୍ ଦିଭା ତଥା ଯୋଗ ରାଣୀ ଶିଳ୍ପା ସେଟ୍ଟୀ ‘ସୁପର ଡ୍ୟାନ୍ସ ୪’ ମଞ୍ଚରେ ନିଜ ମନ କଥା ସେୟାର କରିଛନ୍ତି। ସେ କହିଛନ୍ତି କି ‘ବାଜିଗର’ ଚଳଚ୍ଚିତ୍ରରେ ‘ୟେ କାଲି କାଲି ଆଖେଁ…’ ଗୀତରେ ଶାହାରୁଖଙ୍କ ବିପରୀତରେ କାଜଲଙ୍କୁ ଦିଆଯିବାରୁ ସେ ଈର୍ଷ୍ବାନ୍ବିତ ଅନୁଭବ କରିଥିଲେ। ସେ ଚାହୁଁଥିଲେ ସେଇ ଗୀତଟି ତାଙ୍କୁ ମିଳୁ ବୋଲି।
‘ସୁପର ଡ୍ୟାନ୍ସ ୪’ ମଞ୍ଚରେ ୨ ଜଣ ପ୍ରତିଯୋଗୀ ଏହି ଗୀତରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଶିଳ୍ପା ତାଙ୍କ ମନକଥା ଖୋଲି କହିଛନ୍ତି। ଶିଳ୍ପା ଆହୁରି ବି କହିଛନ୍ତି କି ଅନ୍ତତଃପକ୍ଷେ ସେ ଏହି ଗୀତର ଏକ ଅଂଶ ହେବାକୁ ଚାହିଁଥିଲେ। ମାତ୍ର ଏହି ଗୀତରେ ତାଙ୍କୁ ସୁଯୋଗ ମିଳିନଥିଲା।
ଏହି ଗୀତକୁ ନେଇ କଣ୍ଠଶିଳ୍ପୀ କୁମାର ସାନୁ ମଧ୍ୟର ନିଜର କିଛି ସ୍ମୃତି ବ୍ୟାଖ୍ୟା କରିଥିଲେ। ତେବେ ମଞ୍ଚ ଉପରେ କୁମାର ସାନୁ ଗୀତଟିକୁ ଗାଇବା ବେଳେ ଶିଳ୍ପା ସେଥିରେ ନୃତ୍ୟ ପ୍ରଦର୍ଶନନ କରି ନିଜର ଅଧୁରା ଇଚ୍ଛାକୁ ପୂରଣ କରିିଥିଲେ।
The post ଫିଲ୍ମ ‘ବାଜିଗର’ ସୁଟିଂ ସମୟରେ ଏହି କାରଣରୁ କାଜଲଙ୍କ ଉପରେ ଈର୍ଷା କରିଥିଲେ ଶିଳ୍ପା first appeared on Sambad.from ମନୋରଞ୍ଜନ | Sambad https://ift.tt/3q4s0nH
0 Comments