ପପି ପ୍ରେମ

ପପି ପ୍ରେମରେ ବରୁନ। ଅଭିନେତା ବରୁନ ଧାୱନ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ଅବଧି ଭିତରେ ସୁଟିଂସେଟ୍‌ରୁ ବିରତି ନେଇଛନ୍ତି। ପରଦାରେ ବର୍ଷୀୟାନ କଳାକାରଙ୍କ ପୁଅ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ବରୁନ ଏବେ ପପିର ବାପା ଭୂମିକା ନିଭାଉଛନ୍ତି। ନିଜେ ଶୋଇଥିବା ଶେଜ ଉପରକୁ ପପି କୁଦା ମାରି ଉଠିଆସୁଛି, ପପିର ମୁହଁକୁ ଚୁମା ମାରି ବରୁନ ଏମିତି ଗେହ୍ଲ କରୁଛନ୍ତି ଯେ ସତେଯେମିତି ସେ ପପିର ବାପା। ପପିକୁ ଚୁମା ଦେଉଥିବାର ଫଟୋକୁ ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ପୁଣି ଫଟୋ ତଳେ ସେ କ୍ୟାପସନ ଦେଇଛନ୍ତି ‘ଫାଦରହୁଡ୍‌’। ଆଉ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ଏଇ ପପିର ନାଁ କ’ଣ ଦେବି ଆପଣ କହନ୍ତୁ।

ଫଟୋ ତଳେ ବଲିଉଡର ଅନେକ ସହଯୋଗୀ ବରୁନଙ୍କୁ ନାନା‌ପ୍ରକାର କମେଣ୍ଟ ଓ କମ୍ପ୍ଲିମେଣ୍ଟ ଦେଇଛନ୍ତି। ଟାଇଗର ଶ୍ରଫ୍ ଲେଖିଛନ୍ତି ‘ସୋ କ୍ୟୁଟ୍’। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଲେଖିଛନ୍ତି, ‘ମୁଁ ଖୁବ ଶୀଘ୍ର ମୋ ପୁସିକ୍ୟାଟ୍‌କୁ ନେଇ ତୁମ ପପି ପାଖକୁ ଯିବି’। କ୍ରୀତି ସାନୁନ ଲେଖିଛନ୍ତି, ‘ଆଓ…ଆଇ ଆମ କମିଙ୍ଗ୍ ସୁନ୍ ଟୁ ମିଟ୍ ‌ଇଓର ପପି’। ବରୁନ ଓ କ୍ରୀତି ଅଭିନୀତ ମୁଭି ‘ଭେଦିୟା’ ସୁଟିଂ ହେଇଥିଲେ ବି କୋଭିଡ୍ କଟକଣା ଯୋଗୁଁ ଅଧାରୁ ଅଟକି ରହିଛି। ସେପାଖେ କିଆରା ଆଡଭାନୀଙ୍କ ବିପକ୍ଷର ନାୟକ ସାଜିଥିବା ବରୁନଙ୍କ ଅଭିନୀତ ନୂଆ ସିନେମା ‘ଯୁଗ ଯୁଗ ଜିଓ’ ମଧ୍ୟ ଅଟକି ରହିଛି। ଘରେ ବସି ବୋର୍ ହେଉଥିବା ବରୁନ୍ ଏବେ କେବଳ ପପି ସହ ଖେଳୁଛନ୍ତି।

The post ପପି ପ୍ରେମ first appeared on Sambad.

from ମନୋରଞ୍ଜନ | Sambad https://ift.tt/3cMyVNc

Post a Comment

0 Comments