ମା’ ମାଟିର ମୋହ ‘କୋକଲି’

କୋକଲି ଗୋଟେ ରାଜଧାନିଆ ଫେମସ୍ ମାଛ। ଯଦି ତା’ ଭଳି ଏକାପ୍ରକାରର ପାଞ୍ଚଟି ମାଛ ଥୋଇଦିଆଯିବ, ହୁଏତ ଅନେକ ଏହାକୁ ଚିହ୍ନିପାରିବେନି। କୋକଲି: ଫିଶ୍ ଆଉଟ୍ ଅଫ୍ ୱାଟର। ଏ ମାଛର ଅତୀତ, ଅଧୁନା ଓ ଭବିଷ୍ୟତ ବିଷୟରେ ପଚାରିଲେ ଅନେକ ମଧ୍ୟ କହିପାରିବେନି। ହେଲେ ଏହାର କାହାଣୀ ଅତି ସୁଦୂରପ୍ରସାରି। ଆଓ ନେକ୍ସଟ୍ ଭିଡିଓ ଷ୍ଟ୍ରିମିଙ୍ଗ୍ ଆପରେ ଖୁବ ଶୀଘ୍ର ପ୍ରଦର୍ଶିତ ହେବାକୁଥିବା ଓଡ଼ିଆ ୱେବ୍ ସିରିଜ୍ ‌‘କୋକଲି’ର ଅବଧି ରହିଛି ଦୁଇ ଘଣ୍ଟା ଦଶ ମିନିଟ୍। କେତେଜଣ ନୋଳିଆ ପରିବାର ଏଇ ମାଛକୁ ନେଇ ନିଜର ଜୀବନଜୀବିକା କରିଥାନ୍ତି, ସେମାନଙ୍କ ତେଲଲୁଣର ସଂସାର ଏଇ କୋକଲି ମାଛରୁ ହିଁ ଚଳିଥାଏ। ସମୁଦ୍ର କୂଳରେ ରହୁଥିବା ଏଇ ପରିବାରମାନେ କୋକଲି ମାଛରୁ ନିଜ ପରିବାରକୁ ପ୍ରତିପୋଷଣ କରିଥାନ୍ତି।

‘କୋକଲି’ କାହାଣୀଟି ପୁରୀ ସମୁଦ୍ର, ବେଳାଭୂମି ଓ ଏହା ନିକଟରେ କାହିଁ କେଉଁ କାଳରୁ ରହିଆସୁଥିବା ନୋଳିଆ ପରିବାରଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ବେଳାଭୂମିକ କଥା କହିବାମାତ୍ରେ ଅନେକଙ୍କ ଆଖିଆଗରେ ନାଚି ଉଠେ ସମୁଦ୍ର। ସମୂଦ୍ରର ଉତ୍ତାଳ ଢେଉରେ ମନଭରି ଗାଧୋଇବା, ପେଟଭରି ଖଦ୍ୟ ଖାଇବାର ମଜା ନିଆରା। କୌସ୍ତୁଭ ଡ୍ରିମୱାର୍କସ ପ୍ରାଇଭେଟ୍ ଲିଭିଟେଡ୍ ଦ୍ବାରା ନିର୍ମିତ ଏଇ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସ୍ନେହାଶିଷ ଦାସ। ଗାର୍ଗୀ ମହାନ୍ତି, ନେଲିନ ପଟ୍ଟନାୟକ, ଭାସ୍ବତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ପ୍ରମୁଖ ଏଥରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। ‘କୋକଲି’ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି କୌସିକ୍ ଦାସ।

The post ମା’ ମାଟିର ମୋହ ‘କୋକଲି’ first appeared on Sambad.

from ମନୋରଞ୍ଜନ | Sambad https://ift.tt/3wrjDVB

Post a Comment

0 Comments