‘ପବିତ୍ର ରିସ୍ତା ୨.୦’: ସୁଶାନ୍ତଙ୍କ ସ୍ଥାନରେ ନଜର ଆସିବେ ଏହି ଅଭିନେତା

ନୂଆଦିଲ୍ଲୀ: ‘ପବିତ୍ର ରିସ୍ତା’ ସୋ ନାମ ଶୁଣିଲେ ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଚେହେରା ସାମ୍ନାକୁ ଆସି ଯାଇଥାଏ। ସୁଶାନ୍ତ ଓ ଅଙ୍କିତ ଏକତା କପୁରଙ୍କ ସୋ’ରେ ମାନବ ଓ ଅର୍ଚ୍ଚନା ରୋଲ ପ୍ଲେ କରିଥିଲେ। ଏହି ସୋ ୨୦୧୪ରେ ଅଫ-ଏୟାର ‌ହୋଇଥିଲା। ଏବେ ଶୁଣିବାକୁ ମିଳୁଛି କି ‘ପବିତ୍ର ରିସ୍ତା’ ସିକ୍ବଲ ତିଆରି ହେଉଛି। ଯେଉଁଥିରେ ଅଭିନେତା ଶାହିର ଶେଖ ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ନଜର ଆସିବେ।
୨୦୧୧ରେ ସୁଶାନ୍ତ ସିଂ ରାଜପୁତ ଏହି ସୋ’ ଛାଡିଥିଲେ। ତାଙ୍କ ପରେ ହିତେନ ତେଜୱାନି ୩ ବର୍ଷ ପାଇଁ ମାନବ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ମାନବଙ୍କ ଭଳି ସେ ଏତେଟା ଅଭିନୟର ଜାଦୁ ପ୍ରଶଂସକଙ୍କ ଠାରେ ପହଞ୍ଚାଇ ପାରି ନଥିଲେ। ପରେ ଏହି ସୋ’ ୨୦୧୪ ରେ ବନ୍ଦ ହୋଇଯାଇଥିଲା। ତେବେ ପବିତ୍ର ରିସ୍ତା ୨.୦ ର କନସେପ୍ଟ ପ୍ରସ୍ତୁତ ହୋଇସାରିଛି । ଏକତା କପୁର କାଷ୍ଟିଂ କରୁଛନ୍ତି। ଏକତା କପୁର କିମ୍ବା ଅଙ୍କିତା ଲୋଖଣ୍ଡେଙ୍କ ତରଫରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

 

The post ‘ପବିତ୍ର ରିସ୍ତା ୨.୦’: ସୁଶାନ୍ତଙ୍କ ସ୍ଥାନରେ ନଜର ଆସିବେ ଏହି ଅଭିନେତା first appeared on Sambad.

from ମନୋରଞ୍ଜନ | Sambad https://ift.tt/3xo1d8h

Post a Comment

0 Comments