ବଡ଼ ପରଦାରେ ଏମିତି ଅନ୍ତରଙ୍ଗ ଚୁମ୍ବନର ଦୃଶ୍ୟ ଦେଖିବାକୁ ମିଳିଛି। ହେଲେ ଛୋଟ ପରଦାରେ ଚୁମାକୁ ନେଇ ଏମିତି ବୋମା ଫୁଟିବ, ଆପଣ କଳ୍ପନା କରିପାରିବେନି। ଦକ୍ଷିଣ ଆଫ୍ରିକାର ‌କେପ୍‌ ଟାଉନ୍‌ରେ ‘ଖତ୍ରୋଁ କେ ଖିଲାଡ଼ି’ ସିଜିନ-୧୧ର ଏବେ ସୁଟିଂ ଚାଲିଛି। ଏଠାରେ ସଦ୍ୟ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ସହ ପୂର୍ବ ସିଜିନରେ କେତେଜଣ ବିଜେତା ମଧ୍ୟ ଉପସ୍ଥିତ ଅଛନ୍ତି। ଟେଲିଭିଜନରେ ପ୍ରସାରିତ ଏଇ କାର୍ଯ୍ୟକ୍ରମ ଦର୍ଶକଙ୍କ ମନରେ ଯେତିକି ରହସ୍ୟ ରୋମାଞ୍ଚ ଭରେ, ସେତିକି ମଧ୍ୟ ଭୟ ବିସ୍ମୟ ଉପୁଜାଇଥାଏ। ହେଲେ ଏହାର ସୁଟିଂସେଟ୍‌ରେ ପ୍ରତିଯୋଗୀମାନେ ପରସ୍ପର ଭିତରେ ଚୁମା ବିନିମୟ କରିବାର ସୁଯୋଗ ପାଇଲେ କେମିତି? ଏ ଫଟୋରୁ ଆପଣ ଜାଣିପାରୁଥିବେ ଏ ଚୁମ୍ବନ କେତେ ଅନ୍ତରଙ୍ଗ!

ଦେଖନ୍ତୁ ନିକ୍କି ତାମ୍ବୋଲି ଓ ସାନା ମକବୁଲ ଦୁହେଁ ଦୁଇପାଖରୁ ଅର୍ଜୁନ ବିଜିଲାନୀଙ୍କ ଗାଲରେ କେମିତି ଚୁମା ବର୍ଷା କରୁଛନ୍ତି। ସୁଟିଂସେଟ୍‌ରେ ସମ୍ଭବତଃ ଏହା ଚଳେଇ ଦେଇହେବ। ହେଲେ ପରଦା ଉପରକୁ ଆସିଲେ! ନା, ହୁଏତ ଅନେକ ଏହାକୁ ବରଦାସ୍ତ କରିବେନି। ହେଲେ ‘ଖତ୍ରୋଁ କେ ଖିଲାଡ଼ି’ ସୋ’ର ନିୟମିତ ଦର୍ଶକ ଏବଂ ଚୁମା ବଣ୍ଟାବଣ୍ଟି ହେଉଥିବା ଏଇ ତିନି ପ୍ରତିଯୋଗୀଙ୍କ ପ୍ରଶଂସକମାନେ କହିବେ ‘ଦେ ଆର ବିଏଫ୍ଏଫ୍’ ମାନେ ‘ବେଷ୍ଟ ଫ୍ରେଣ୍ଡସ୍‌ ଫର୍‌ଏଭର୍‌’।

The post ଇସ୍ କି କିସ୍‌! first appeared on Sambad.

from ମନୋରଞ୍ଜନ | Sambad https://ift.tt/3uM0Bri