କରୋନାରେ ବଲିଉଡ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ

ମୁମ୍ବାଇ:  ବଲିଉଡ ସିନେମା,ଛୋଟପରଦା ଓ ୱେବ ସିରିଜର ଲୋକପ୍ରିୟ କଳାକାର ବିକ୍ରମ କନୱରପାଲଙ୍କ ୫୨ବର୍ଷ ବୟସରେ ମୃତ୍ୟୁ । କିଛି ଦିନ ପୂର୍ବରୁ ବିକ୍ରମ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେନାରୁ ଅବସର ଗ୍ରହଣ କରିବା ପରେ ୨୦୦୩ ମସିହାରେ ବିକ୍ରମ କଳା ଜଗତରେ ପାଦ ଦେଇଥିଲେ । ବିଭିନ୍ନ ପ୍ରକାର ଚଳଚିତ୍ର, ଧାରାବାହିକରେ ବିକ୍ରମ ଜଣେ ଦକ୍ଷ ସହଯୋଗୀ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ।

ସେ ବହୁ ଲୋକପ୍ରିୟ ଚଳଚ୍ଚିତ୍ର, ଟିଭି ସୋ ଏବଂ ୱେବ୍ ସିରିଜରେ ନିଜ ଅଭିନୟର ଛାପ ଛାଡିଛନ୍ତି ବିକ୍ରମ । ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ କରି ଦକ୍ଷ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, କୋଭିଡ କାରଣରୁ ଅଭିନେତା ତଥା ମେଜର ବିକ୍ରମଜିତ କନୱରପାଲଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ତାଙ୍କ ପରିବାର ଏବଂ ନିକଟତମ ଲୋକଙ୍କୁ ହୃଦୟରୁ ସମବେଦନା ଜଣାଉଛି। ”

Times of India

୨୦୦୩ ମସିହାରେ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ କନୱରପାଲ ଅଭିନୟ ଆରମ୍ଭ କରିଥିଲେ। ସେ ପେଜ୍ ୩, ରକେଟ୍ ସିଂ, ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ୨, ଟୁ ଷ୍ଟେଟ୍ସ ଏବଂ ଦି ଗାଜି ଆଟାକ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ୟେ ହେ ଚାହତେ’, ‘ସ୍ପେଶାଲ ଆଇପିଏସ’, ‘ଅଦାଲତ’, ‘ଦିଆ ଓର ବାତି ହମ୍’, ‘କ୍ରାଇମ ପେଟ୍ରୋଲ ଦସ୍ତକ’ ଭଳି ଟିଭି ସୋରେ ମଧ୍ୟ ଅଭିନୟ କରିଥିଲେ ।

The post କରୋନାରେ ବଲିଉଡ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ first appeared on Sambad.

from ମନୋରଞ୍ଜନ | Sambad https://ift.tt/3tb01ml

Post a Comment

0 Comments