ମୁଁ ହସ୍ପିଟାଲ ପହଞ୍ଚିବାର ୧୨ମିନିଟ ପୂର୍ବରୁ ଆମ ସମସ୍ତଙ୍କୁ ପର କରି ଚାଲିଗଲା ମା’, ଅଭିନେତା ବଖାଣିଲେ ନିଜ ଦୁଃଖ

ମୁମ୍ବାଇ: କରୋନା ମହାମାରୀ ଏଯାବତ ହଜାରହଜାର ଲୋକଙ୍କ ମୁଣ୍ଡ ନେଇ ସାରିଲାଣି। ଏହି ସଂକ୍ରମଣ ହେତୁ କେଉଁଠି ମା’ ପୁଅକୁ ହରାଉଛି ତ ଆଉ କେଉଁଠି ପୁଅ ମା’କୁ ହରାଉଛି। ଆଉ କେଉଁଠି ବାପା ଓ ମା’ଙ୍କ ମୃତ୍ୟୁ ପରେ ପିଲାମାନେ ଅନାଥ ହୋଇ ଯାଉଥିବା ବେଳେ ଗୋଟିଏ ବୋଲି ସନ୍ତାନକୁ ହରାଇ ବାପା-ମା’ ପାଗଳ ପ୍ରାୟ ହୋଇଯାଉଛନ୍ତି। ଏମିତି ଅନେକ ଲୋମଟାଙ୍କୁରା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।

ନିକଟରେ ‘କ୍ୟୁକି ସାସ୍ ଭି କଭି ବୋହୂ ଥି’ର ଫେମ୍ ଅଭିନେତା ଅମନ ବର୍ମା କରୋନାରେ ନିଜ ମାଆଙ୍କୁ ହରାଇଛନ୍ତି । ଆଉ ମା’ଙ୍କୁ ହରାଇବାର ଦୁଃଖ କ’ଣ ହୋଇଥାଏ ତାହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ଅମନ କହିଛନ୍ତି ଯେ, ଏପ୍ରିଲ ୧୧ ତାରିଖରେ ମା’ କୌଣସି କାରଣରୁ ଘରେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ପାଇଁ ତାଙ୍କୁ ନୋଏଡା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା।

ଦୁଃଖର ବିଷୟ ରୋଗ ଆରମ୍ଭରୁ ଶେଷ ସମୟ ଯାଏଁ ମୁଁ ମାଆଙ୍କୁ ଟିକେ ଦେଖିପାରି ନଥିଲି । ସଂକ୍ରମଣ ନବ୍ୟାପିବା ପାଇଁ ମୁଁ ଭୟରେ ମାଆଙ୍କଠାରୁ ଦୂରେଇ ରହୁଥିଲେ । ଘରେ ବସିଥିବା ବେଳେ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ମନ ବହୁତ ବିଚଳିତ ହୋଇପଡ଼ିଥିଲା। ମା’ଙ୍କୁ ଦେଖିବାକୁ ମନ ବହୁତ ଖୋଜିଥିଲା।  ସେଥିପାଇଁ ମୁଁ ମା’ଙ୍କୁ ଦେଖିବା ପାଇଁ ଦୌଡ଼ି ଆସିଥିଲି। ଦୁର୍ଭାଗ୍ୟବଶତଃ ମୁଁ ହସ୍ପିଟାଲରେ ପହଞ୍ଚିବାର ୧୨ ମିନିଟ ପୂର୍ବରୁ ମାଆ ଆମ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିଲେ।

The post ମୁଁ ହସ୍ପିଟାଲ ପହଞ୍ଚିବାର ୧୨ମିନିଟ ପୂର୍ବରୁ ଆମ ସମସ୍ତଙ୍କୁ ପର କରି ଚାଲିଗଲା ମା’, ଅଭିନେତା ବଖାଣିଲେ ନିଜ ଦୁଃଖ first appeared on Sambad.

from ମନୋରଞ୍ଜନ | Sambad https://ift.tt/3vnZjDM

Post a Comment

0 Comments