
ୟଶରାଜ ଫିଲ୍ମ ପ୍ରଯୋଜିତ ୧୮୦ କୋଟିର ହିନ୍ଦୀ ଚଳଚ୍ଚିତ୍ର ପ୍ରକଳ୍ପରେ ଅଭିନୟ କରିବାକୁ ମନା କରିଛନ୍ତି ଅଜୟ ଦେବଗନ। ନିଜର ବ୍ୟସ୍ତବହୁଳ ସମୟରୁ ଏହି ଚଳଚ୍ଚିତ୍ର ପାଇଁ ସମୟ ବାହାର କରି ସେ ଏଥିରେ ଜଣେ ସୁପର ଭିଲେନ୍ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତେ। ମାତ୍ର ଚଳଚ୍ଚିତ୍ର ଭୁଜ୍ ଦି ପ୍ରାଇଡ୍, ପରେ ଆର୍ଆର୍ଆର୍ ସମେତ ବହୁ ଚଳଚ୍ଚିତ୍ରରେ ସେ ଅଭିନୟ କରିବାକୁ ଥିବାରୁ ଏହି ପ୍ରକଳ୍ପରୁ ଓହରି ଯାଇଛନ୍ତି। ତେବେ ସେ ଖଳନାୟକ ଭୂମିକାରେ ପୂର୍ବରୁ ଅଭିନୟ କରିଥିଲେ ହେଁ ଏଭଳି ଏକ ବିଗ୍ ବଜେଟ୍ ଚଳଚ୍ଚିତ୍ରରେ ସୁପର ଭିଲେନ୍ରେ ଚରିତ୍ର ପ୍ରଥମ ଥର ପାଇଁ ଅଭିନୟ କରିଥାନ୍ତେ। ଅପରପକ୍ଷରେ ଆର୍ଆର୍ଆର୍ରେ ଅଭିନୟ କରୁଥିବା ଅଜୟଙ୍କ ଫାଷ୍ଟ୍ ଲୁକ୍ ଏବେ ଜାରି ହୋଇଛି। ତାଙ୍କ ଲୁକ୍କୁ ନେଇ ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି।
The post ୧୮୦ କୋଟିର ପ୍ରକଳ୍ପକୁ ମନାକଲେ ଅଜୟ first appeared on Sambad.from ମନୋରଞ୍ଜନ | Sambad https://ift.tt/3xqsRlT
0 Comments