
‘କୁଛ୍ ତୋ ସରମ୍ କରୋ’। ସାରା ଦେଶ କୋଭିଡ୍-୧୯ ସଂକ୍ରମଣ ଆତଙ୍କରେ ନିରବି ଯାଇଥିବା ବେଳେ ଆମ ତାରକାମାନେ ମାଳଦ୍ବୀପକୁ ଯାଇ ଯେଭଳି ତାମ୍ସା କରୁଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ନୱାଜ୍ଉଦ୍ଦିନ ସିଦ୍ଦିକୀ। କୋଭିଡ୍ ମହାମାରୀରେ ଦେଶବାସୀ ଅସ୍ତବ୍ୟସ୍ତ ହେଇପଡ଼ିଛନ୍ତି। ଏଣେ ଗ୍ରୀଷ୍ମ ଛୁଟିରେ ଷ୍ଟାର୍ମାନେ ମାଳଦ୍ବୀପକୁ ଯାଇ ସେଠାରେ ବିଭିନ୍ନ ଅଙ୍ଗଭଙ୍ଗୀର ଫଟୋସୁଟ୍ କରି ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିବା ଭଳି ତାମ୍ସାକୁ ନୱାଜ୍ ବିଦ୍ରୁପ କରିଛନ୍ତି।
ବଲିଉଡ୍ର ଜଣେ ଜଣାଶୁଣା ସିନେ ସାମ୍ବାଦିକ ନୱାଜ୍ଙ୍କୁ ଏ ବାବଦରେ ପ୍ରଶ୍ନ କରିବାରୁ କ୍ଷଣକୋପୀ ନୱାଜ୍ କହିଥିଲେ, ‘ଯେତେବେଳେ ସାରା ବିଶ୍ବ କରୋନାର ଚକ୍ରବ୍ୟୁହରେ ପେଶି ହୋଇଯାଉଛି, କୋଟି କୋଟି ଲୋକ ଖାଦ୍ୟକଷ୍ଟରେ ଛଟପଟ ହେଉଛନ୍ତି, ସେତେବେଳେ ବଲିଉଡ୍ ସେଲିବ୍ରଟିମାନେ ଫଟୋସୁଟ୍ କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଏମାନଙ୍କଠାରୁ ଆଉ ଅଧିକ ଅବିବେକୀ କିଏ ଅଛି। ସମ୍ଭବତଃ ଏମାନେ ସଉକ କରୁନାହାନ୍ତି ମସ୍ତବଡ଼ ଅପରାଧ କରୁଛନ୍ତି। ମୁଁ ଭାବୁଛି ଏମାନେ ଆଜିକାଲି ଆଉ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଶିକ୍ଷଣୀୟ ବାର୍ତ୍ତା ଦେବା ପାଇଁ ଆକ୍ଟିଂ କରୁନାହାନ୍ତି ବରଂ ରିୟଲ୍ ଲାଇଫ୍ରେ ଟୁରିଜିମ୍ର ବାହାନା ନେଇ ତା’ଠାରୁ ଅଧିକ ଆକ୍ଟିଂ କରୁଛନ୍ତି। ଆଉ ସେଇ ଆକ୍ଟିଂରୁ ଏମାନେ ଧରାପଡ଼ିଯାଉଛନ୍ତି ଯେ ଏମାନଙ୍କ ଭିତରେ ସାମାନ୍ୟ ମଣିଷପଣିଆ ବି ନାହିଁ।’
ନୱାଜ୍ ଆହୁରି କହିଛନ୍ତି, ଦୟାକରି ଛୁଟି କାଟିବାର ମଜାକୁ ନିଜ ଭିତରେ ଘୋଡ଼େଇ ରଖନ୍ତୁ। କୋଭିଡ୍ର ଦ୍ବିତୀୟ ଲହରରେ ଅନେକ ଲୋକଙ୍କର ମଲ୍ଟିପ୍ଲ ଅର୍ଗାନ୍ ଫେଲ୍ୟୁୟର୍ ହେଇଯାଉଛି। ଏଥିଯୋଗୁଁ ହାର୍ଟ ଦୁର୍ବଳ ହୋଇ ମଣିଷକୁ ଆସନ୍ନ ମୃତ୍ୟୁ ମୁହଁକୁ ଟାଣିନେଉଛି। ଏଭଳି ଦୁଃସମୟରେ ଭ୍ରମଣରେ ଯାଇ ଫଟୋ ଉଠେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ପୀଡ଼ିତ ମାନଙ୍କୁ ପରିହାସ କରନ୍ତୁନାହିଁ। ଏକାଠି ହେଇ ଆମେ ସମସ୍ତେ ଯେତେବେଳେ ଏକ ଭୂଖଣ୍ଡରେ ରହୁଛନ୍ତି, ନିଶ୍ଚିତ ଭାବେ ଆମେ କୋଭିଡ୍ରେ ପ୍ରଭାବିତ ଲୋକଙ୍କୁ ଆରୋଗ୍ୟ କରିବାକୁ ତତ୍ପର ହୋବା ଉଚିତ, ସେମାନଙ୍କୁ ସହାନୁଭୂତି ଦେଖାଇବା ଦରକାର। ଉତ୍ତରପ୍ରଦେଶର ମୁଜାଫରନଗର ଅଞ୍ଚଳରେ ଥିବା ମୋ ଜନ୍ମସ୍ଥାନ ବୁଧାନା ଗାଁ ମୋ ପାଇଁ ମାଳଦ୍ବୀପ ବୋଲି ନୱାଜ କହିଛନ୍ତି।
The post ‘କୁଚ୍ଛ୍ ତୋ ସରମ୍ କରୋ’ first appeared on Sambad.from ମନୋରଞ୍ଜନ | Sambad https://ift.tt/3tTIrEq
0 Comments