କୋଭିଡ୍‌-୧୯ ଆକ୍ରାନ୍ତ ସଙ୍ଗୀତ ନିର୍ଦେଶକ ‘ଶ୍ରବଣ’ଙ୍କ ଦେହାନ୍ତ

ମୁମ୍ବାଇ: କୋଭିଡ୍‌-୧୯ଜନିତ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଯୋଡ଼ି ‘ନଦୀମ-ଶ୍ରବଣ’ଙ୍କ ମଧ୍ୟରୁ ଶ୍ରବଣ ରାଠୋର୍‌ଙ୍କର ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଏସ୍‌. ଏଲ୍‌. ରାହେଜା ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।

ନିକଟ ଅତୀତରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ବର୍ଷୀୟାନ୍‌ ସଙ୍ଗୀତ ନିର୍ଦେଶକ ଶ୍ରବଣଙ୍କର ଏକାଧିକ ଶାରୀରିକ ସମସ୍ୟା ଥିଲା। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା।

ଏହି ଖବରକୁ ସୁନିଶ୍ଚିତ କରିବାକୁ ଯାଇ ରାହେଜା ହସ୍ପିଟାଲ୍‌ର ଡାକ୍ତର କୀର୍ତ୍ତି ଭୂଷଣ କହିଛନ୍ତି, କୋଭିଡ୍‌-୧୯ ଯୋଗୁଁ ବହୁ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇ ‘କାର୍ଡିଓମାୟୋପାଥି’ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

Image Courtesy of Gulf News

ତାଙ୍କ ମୃତ୍ୟୁ ଖବର ପାଇ ଅନ୍ୟମାନଙ୍କ ସମେତ ସଙ୍ଗୀତ ନିର୍ଦେଶକ ନଦୀମ୍‌ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

ତାଙ୍କର ହୃଦ୍‌ରୋଗ ଏବଂ ମଧୁମେହ ସମସ୍ୟା ଅତି ଉତ୍କଟ ହୋଇଯାଇଥିଲା। କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇ ଯାଇଥିଲା।

ତାଙ୍କର ପୁତ୍ର ସଞ୍ଜୀବ ରାଠୋର୍‌ ମଧ୍ୟ କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

The post କୋଭିଡ୍‌-୧୯ ଆକ୍ରାନ୍ତ ସଙ୍ଗୀତ ନିର୍ଦେଶକ ‘ଶ୍ରବଣ’ଙ୍କ ଦେହାନ୍ତ first appeared on Sambad.

from ମନୋରଞ୍ଜନ | Sambad https://ift.tt/3dGPYkw

Post a Comment

0 Comments