କରୀନା ଫେସନବାଲି, କରିସ୍ମା ‌ପାଠୁଆ

କରିସ୍ମା ଓ କରୀନା କପୁର ବଲିଉଡ୍‌‌‌‌‌ରେ ନିଜ ନିଜ ସମୟର ଶ୍ରେଷ୍ଠ ଅଭିନେତ୍ରୀ ଭାବେ କପୁର ବଂଶର ଟେକ ରଖିଛନ୍ତି। ତେବେ ଆଜି ଏକ ସାକ୍ଷାତକାରରେ ଦିଗ୍‌ଗଜ୍‌ ଅଭିନେତା ତଥା ପିତା ରଣଧୀର କପୁର ଉଭୟଙ୍କ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, କରୀନା ଫେସନବାଲି। ନିଜ ପୋଷାକପତ୍ର ପରିଧାନ ଓ ଶୃଙ୍ଗାରକୁ ନେଇ ସେ ବେଶ୍‌ ଯତ୍ନବାନ୍‌। ସୌଭାଗ୍ୟବଶତଃ ସେ ଯେତେବେଳେ ଅଭିନୟ ଜଗତରେ ପାଦ ଥାପିଲା, ସେତେବେଳେ ବଲିଉଡ୍‌ରେ ଫ୍ୟାସନ୍‌ ଟ୍ରେଣ୍ଡ୍‌ ଚାଲିଥିଲା। କିନ୍ତୁ କରିସ୍ମା ପାଠଆ, ଭଲ ଛାତ୍ରୀ ଥିଲା ବୋଲି କହିଛନ୍ତି ରଣଧୀର। କରୀନା ସବୁବେଳେ ଏହାକୁ ନେଇ ପଶ୍ଚ‌ାତାପ କରେ ଯେ ସେ କାହିଁକି ଅଧାରୁ ପାଠ ଛାଡ଼ିଦେଲା। ତା’ ପାଖେ ଡିଗ୍ରି ଖଣ୍ଡେ ବି ନାହିଁ। ଏହି ଗୋଟିଏ କଥା ତା’ ଜୀବନରେ ବଡ଼ ଅବ ସୋସ୍‌ ହୋଇ ରହିଯାଇଛି। ଏବେ ସେ ସବୁବେଳେ କହୁଛି, ତୈମୁର୍‌କୁ ମୁଁ ପ୍ରଥମେ ନିଜ ପାଠପଢ଼ା ସାରିବାକୁ କହିବି।

The post କରୀନା ଫେସନବାଲି, କରିସ୍ମା ‌ପାଠୁଆ first appeared on Sambad.



from ମନୋରଞ୍ଜନ – Sambad https://ift.tt/3drJvYJ

Post a Comment

0 Comments