ନୂଆଦିଲ୍ଲୀ: ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର। ଅକ୍ଟୋବର ୨୬ରେ ହେବ ବିବାହ। ଦିଲ୍ଲୀରେ ବିବାହ କରିବେ ନେହା। ଅଭିନେତା ହିମାନ୍ସ କୋହଲିଙ୍କଠାରୁ ଅଲଗା ହେବା ପରେ ଖୁବ୍ ଭାଙ୍ଗି ପଡ଼ିଥିଲେ ନେହା। ଏମିତି କି ନିଜ ଲାଇଭ୍ କନସର୍ଟରେ ତାଙ୍କୁ କାନ୍ଦିବାର ଦେଖିବାକୁ ମିଳିଥିଲା। କିନ୍ତୁ ସମୟ ସହ ନେହା ନିଜକୁ ସମ୍ଭାଳିଥିବା ବେଳେ ତାଙ୍କ ଜୀବନକୁ ଆସିଥିଲେ କଣ୍ଠଶିଳ୍ପୀ ରୋହନପ୍ରୀତ ସିଂହ। ରୋହନପ୍ରୀତ ୨୦୦୮ରେ ସା ରେ ଗା ମା ପା ଲିଟିଲ୍ ଚାମ୍ପସ ଜରିଆରେ ଚର୍ଚ୍ଚାକୁ ଆସିଥିଲେ। ତେବେ ନେହାଙ୍କ ସହ ତାଙ୍କ ସଂପର୍କ କେମିତି ଆରମ୍ଭ ହୋଇଥିଲା ସେ ନେଇ ନେହା କିଛି କହିନଥିଲେ ମଧ୍ୟ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା କଥା ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଜଣାଇଥିଲେ। ଏହା ସହ #ନେହୁଦାବ୍ୟାହା ଲେଖି ସେ ନିଜର କିଛି ଫଟୋ ପୋଷ୍ଟ କରିଥିଲେ।
ଏବେ ସେ ଅକ୍ଟୋବର ୨୬ରେ ଦିଲ୍ଲୀରେ ବିବାହ କରିବେ ବୋଲି ଖବର ମିଳିଛି। ତେବେ ଅକ୍ଟୋବର ୨୬ରେ ବିବାହ କରୁଥିବା ନେଇ ନେହାଙ୍କ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ। ଅନ୍ୟ ପକ୍ଷରେ, ନେହାଙ୍କ ଭଲ ବନ୍ଧୁ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣଙ୍କ କହିବା ମୁତାବକ, ‘‘ନେହା ମୋର ଜଣେ ଭଲ ବନ୍ଧୁ ଏବଂ ମୁଁ ତାଙ୍କ ପାଇଁ ଖୁସି। ମୁଁ ରୋହନଙ୍କୁ ୨୦୦୮ରୁ ଜାଣିଛି। ସେ ମୁଁ ଉପସ୍ଥାପନା କରୁଥିବା ସା ରେ ଗା ମା ପା ଲିଟିଲ୍ ଚାମ୍ପସ ରିୟାଲିଟି ସୋ’ର ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ମୋର ଦୁଇଜଣ ଭଲ ବନ୍ଧୁ ଏବେ ବିବାହ କରୁଥିବାରୁ ମୁଁ ବହୁତ ଖୁସି। ”
The post ଅକ୍ଟୋବର ୨୬ରେ ବିବାହ ବନ୍ଧନରେ ବାନ୍ଧି ହେବେ ନେହା କକ୍କର! ଦିଲ୍ଲୀରେ ହେବ ବିବାହ first appeared on Sambad.
from ମନୋରଞ୍ଜନ – Sambad https://ift.tt/3713tsk
0 Comments