ଶାହରୁଖ୍‌ଙ୍କୁ ଗୌରୀଙ୍କ ଭାଇ ବନ୍ଧୁକ ଦେଖାଇ ଧମକାଇଥିଲେ

ଶାହରୁଖ୍‌ ଓ ଗୌରୀ ଖାନ୍‌ଙ୍କ ମଧ୍ୟରେ ପ୍ରେମ ଓ ବିବାହକୁ ନେଇ ବହୁ ରୋଚକ କଥା ଶୁଣିବାକୁ ମି‌ଳେ। ଆଜି ଗୌରୀ ଖାନ୍‌ଙ୍କ ଜନ୍ମଦିନ ଅବସରରେ ଆଉ ଏକ କଥା ଉନ୍ମୋଚିତ ହୋଇଛି। ଗୌରୀଙ୍କ ବାପାଙ୍କୁ ଶାହରୁଖ ଖାନ୍‌ଙ୍କ ଧର୍ମ ନୁହେଁ ବରଂ ତାଙ୍କର ଅଭିନୟକୁ ନେଇ ସମସ୍ୟା ଥିଲା। ଗୌରୀଙ୍କ ମା’ ଯଦିଓ ପରଦା ଉପରେ ଶାହରୁଖ୍‌ଙ୍କୁ ପସନ୍ଦ କରୁଥିଲେ, କିନ୍ତୁ ତାଙ୍କୁ ଜ୍ବାଇଁ ରୂପରେ ଗ୍ରହଣ କରିବାକୁ ଚାହୁଁନଥିଲେ। ଏପରିକି ଜ୍ୟୋତିଷଙ୍କ ପରାମର୍ଶ ନେଇ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଦେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ସଫଳ ହୋଇନଥିଲା। ଗୌରୀଙ୍କ ଭାଇ ବିକ୍ରାନ୍ତ ବି ଶାହରୁଖଙ୍କ ସହ ନିଜ ଭଉଣୀର ବିବାହ ଚାହୁଁନଥିଲେ। ତେଣୁ ବିକ୍ରାନ୍ତ ଶାହରୁଖ୍‌ଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ। ସବୁ ପ୍ରତିବନ୍ଧକ ସତ୍ତ୍ବେ ୧୯୯୧ ମସିହା ଅକ୍ଟୋବର ୨୫ରେ ଦୁହେଁ ବିବାହ କରିଥିଲେ।



from ମନୋରଞ୍ଜନ – Sambad https://ift.tt/3lrA5iP

Post a Comment

0 Comments