
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ବିଗତ ୫ ବର୍ଷ ହେଲା ଅଭିନୟ କ୍ଷେତ୍ରରେ ବେଶ୍ ସକ୍ରିୟ ଅଛନ୍ତି । ସେ ତରଙ୍ଗ ସିନେ ପ୍ରଡକସନ୍ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭ୍ ଷ୍ଟେସନ୍’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ‘କାବୁଲା ବାରବୁଲା’, ‘ଫୋର୍ ଇଡିଅଟ୍ସ’, ‘ଟୋକାଟା ଫସିଗଲା’, ‘ଦିସ୍ ଇଜ୍ ସବୁ ମାୟାରେ ବାୟା’ ଓ ‘ମାଲମାଟି ଜୀବନ ମହୁ’ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ।
ଏହି ସମୟ ଭିତରେ ଅରିନ୍ଦମ, ବାବୁସାନ୍, ଅନୁଭବ, ସବ୍ୟସାଚୀ, ଜ୍ୟୋତି ଓ ସ୍ବରାଜ ପ୍ରମୁଖ ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି ଏଲିନା।
ହେଲେ ଏଯାବତ୍ ଦୁଇଜଣ ଆଗଧାଡ଼ିର ନାୟକଙ୍କ ନାୟିକା ହେବାର ସୁଯୋଗ ପାଇନାହାନ୍ତି ସେ । ଏଦୁଇ ନାୟକଙ୍କ ଭିତରୁ ଜଣେ ହେଲେ ଅମ୍ଳାନ ଓ ଆରଜଣକ ହେଲେ ସମ୍ବିତ।

ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍.କେ.ମୁରଲୀଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଅମ୍ଳାନ ଇତିମଧ୍ୟରେ ଝିଲିକ୍, ରୀୟା, ସନମୀରା ଓ ଅନୁଭାଙ୍କ ପରି ନାୟିକାଙ୍କ ପରଦାରେ ସାଥ୍ ପାଇଛନ୍ତି, ହେଲେ ଏଯାବତ୍ ଏଲିନାଙ୍କ ସହ କୌଣସି ସିନେମାରେ ନଜର ଆସିନାହାନ୍ତି।

ଅପରପକ୍ଷରେ ସମ୍ବିତ ଏଯାଏଁ ରୀୟା, ପ୍ରକୃତି ଓ ଝିଲିକ୍ ପ୍ରମୁଖ ଲୋକପ୍ରିୟ ନାୟିକାଙ୍କ ସହ କାମ କରିସାରିଲେଣି, ହେଲେ ଏଲିନାଙ୍କୁ କୌଣସି ସିନେମାରେ ନିଜର ନାୟିକା ଭାବେ ପାଇନାହାନ୍ତି।
The post ଏହି ଦୁଇ ଲୋକପ୍ରିୟ ନାୟକଙ୍କ ସାଥ୍ ପାଇନାହାନ୍ତି ଏଲିନା first appeared on Sambad.
from ମନୋରଞ୍ଜନ – Sambad https://ift.tt/3jaScIl
0 Comments