‘ଅନ୍‌ଫେୟାର ଆଣ୍ଡ୍‌ ଲଭ୍‌ଲି’ ପାଇଁ ପ୍ରସ୍ତୁତ ରଣଦୀପ, ଏଲିଆନା

ଅଭିନେତା ରଣଦୀପ ହୁଡ଼ା ଓ ଅଭିନେତ୍ରୀ ଏଲିଆନା ଡିସୁଜା ଆଗକୁ ନିର୍ଦ୍ଦେଶକ ବଲ୍‌ବିନ୍ଦର ସିଂହ ଜାନୁଜାଙ୍କ ଚଳଚ୍ଚିତ୍ର ‘ଅନ୍‌ଫେୟାର ଆଣ୍ଡ୍‌ ଲଭ୍‌ଲି’ରେ ନଜର ଆସିବେ। ଏନେଇ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଭିନେତ୍ରୀ ଏଲିଆନା ଆଜି ରଣଦୀପ ହୁଡ଼ାଙ୍କ ସହ ଭିଡିଓ କଲ୍‌ରେ ଥିବାର ଫଟୋ ନିଜ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଏହି ଭିଡିଓ କଲ୍‌ରେ ଉଭୟେ ଭର୍ଚୁଆଲ୍‌ ରିଡିଂ ସେସନ୍‌ରେ ଥିବା ନଜର ଆସିଛି।

ଏହି ପୋଷ୍ଟରେ ଏଲିଆନା ଲେଖିଛନ୍ତି, ଭର୍ଚୁଆଲ୍‌ ଭାବେ ଚଳଚ୍ଚିତ୍ରର କାହାଣୀ ପଢ଼ିବା ନିହାତି ଭାବେ ଏକ ନୂଆ ଓ ନିଆରା ଅନୁଭୂତି। କିନ୍ତୁ ପୁରୁଣା ଦିନଗୁଡ଼ିକ ଭଳି କୌଣସି ନୂଆ ଚଳଚ୍ଚିତ୍ର ଆରମ୍ଭରୁ ଥିବା କୌତୁହଳ ଓ ଭୟ ଏଥିରେ ବି ସମାନ ଭାବେ ରହିଛି। ଗତକାଲି ରଣଦୀପ ହୁଡ଼ା ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବା ପୂର୍ବରୁ ନିଜର କରୋନା ଟେଷ୍ଟ କରାଇ ନେଇଛନ୍ତି।

The post ‘ଅନ୍‌ଫେୟାର ଆଣ୍ଡ୍‌ ଲଭ୍‌ଲି’ ପାଇଁ ପ୍ରସ୍ତୁତ ରଣଦୀପ, ଏଲିଆନା first appeared on Sambad.



from ମନୋରଞ୍ଜନ – Sambad https://ift.tt/3e9UAyj

Post a Comment

0 Comments