
ଭୁବନେଶ୍ୱର : ଶ୍ରୋତାଙ୍କୁ ନୂଆନୂଆ ଗୀତ ଭେଟି ଦେଉଥିବା ରେଡିଓ ଚକ୍ଲେଟ୍ ଏଥର ଶ୍ରୋତାଙ୍କୁ ଭେଟି ଦେଇଛି ବିରହ ଭରା ଗୀତ ‘ନେଇଗଲୁ ମନ’। ଏହାର ଅଡିଓ ରେଡିଓ ଚକ୍ଲେଟ୍ରେ ମୁକ୍ତିଲାଭ କରିବା ସହିତ ଗୀତର ଷ୍ଟୁଡିଓ ଭର୍ସନ ଭିଡିଓ ରେଡିଓ ଚକ୍ଲେଟ୍ ଅଫିସିଆଲ ୟୁ-ଟ୍ୟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରିଛି। ଗୀତ ରଚନା କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ରଂଜନ କୁମାର ଦାସ। ସଂଗୀତ ନିର୍ଦେଶନା ଦେଇଛନ୍ତି ଗୁଡ୍ଲି ରଥ। କଣ୍ଠଦାନ କରିଛନ୍ତି ସତ୍ୟଜିତ ପ୍ରଧାନ। ଆଗକୁ ମଧ୍ୟ ଆହୁରି ମନଲାଖି ଗୀତ ଭେଟି ଦିଆଯିବ ବୋଲି ସୂଚନା ଦିଆଯାଇଛି।
The post ରେଡିଓ ଚକ୍ଲେଟ୍ରେ ‘ନେଇଗଲୁ ମନ’ first appeared on Sambad.
from ମନୋରଞ୍ଜନ – Sambad https://ift.tt/3jJLmd8
0 Comments