ଦିଶା ପାଟ୍‌ନୀଙ୍କ ବଟରଫ୍ଲାଏ କିକ୍‌

ଅଭିନେତ୍ରୀ ଦିଶା ପାଟନୀ ଏବେ ସଲମାନ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ରାଧେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ଦିଶାଙ୍କର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଦିଶା ଏକ ବଟରଫ୍ଲାଏ କିକ୍‌ ମାରୁଥିବା ନଜର ଆସିଛନ୍ତି। ଏହାକୁ ନେଇ ଅଭିନେତା ଟାଇଗର ଶ୍ରଫ୍ ଲେଖିଛନ୍ତି, କ୍ଲିନ୍‌। ଏହା ପରେ ଟାଇଗର ତାଳି ବଜାଇବାର ଇମୋଜି ଦେଇଛନ୍ତି। ଦିଶାଙ୍କ ଏହି ଭିଡିଓକୁ ୩ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ମତ ମିଳିଛି। ରେଡ୍‌ ସର୍ଟ‌୍ସରେ ଦିଶା ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ବଟରଫ୍ଲାଏ କିକ୍‌ ମାରିବା ନେଇ ଟାଇଗରଙ୍କ ମା’ ଆୟଶା ଶ୍ରଫ୍ ବି ମତ ରଖିଛନ୍ତି। ସଲମାନ୍‌ ଓ ଦିଶା ଏକ ପାହାଡ଼ିଆ ପରିବେଶରେ ନୃତ୍ୟ ଦୃଶ୍ୟର ସୁଟିଂ କରୁଛନ୍ତି।



from ମନୋରଞ୍ଜନ – Sambad https://ift.tt/3nx5wu8

Post a Comment

0 Comments